PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୋଗରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ଦିଲ୍ଲୀରେ ଶିଖ୍‌ ସମ୍ପ୍ରଦାୟଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ ୨୦/ ୦୩: ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂହ ଗିରଫକୁ ନେଇ ଉଠୁଛି ପଡୁଛି ପଞ୍ଜାବ । ଦେଶ ବିରୋଧୀ ନାରା ଦେବା ତଥା ଦଙ୍ଗା ଉସକାଇବା ଭଳି ବୟାନ ଦେବା ଅଭିଯୋଗ ପରେ ଅମ୍ରିତପାଲ୍‌କୁ ଖୋଜା ଚାଲିଛି । ତାକୁ ଗିରଫ କରିବାକୁ ଗତ ୩ ଦିନ ହେଲା ନାକେଦମ ହୋଇସାରିଲାଣି ପୋଲିସ । ଉଭୟ ପଞ୍ଜାବ ପୋଲିସ ଓ ଭାରତୀୟ ସେନା ଅପରେସନରେ ଲାଗିପଡିଛନ୍ତି । କେବଳ ଭାରତ ନୁହେଁ ଲଣ୍ଡନରେ ମଧ୍ୟ ଖଲିସ୍ତାନୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରବିବାର ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ବିଲଡିଂ ପରିସରରେ ଭଙ୍ଗାରୁଜା କରିବା ସହିତ ଜାତୀୟ ପତାକାକୁ ଅସମ୍ମାନ କରିଥିଲେ ଖଲିସ୍ତାନୀ ସମର୍ଥକ । ଭାରତୀୟ ଉଚ୍ଚ ଆୟୋଗ ବିଲଡିଂ ଉପରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ବଳପୂର୍ବକ ବାହାର କରି ଖଲିସ୍ତାନୀ ପତାକା ଲଗାଇବା ସହିତ ବିଭିନ୍ନ ନାରା ଲଗାଇଥିଲେ ବିଦ୍ରୋହୀ । ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନୂଆଦିଲ୍ଲୀରେ ଥିବା ବ୍ରିଟେନ୍‌ ଉଚ୍ଚ ଆୟୋଗ ନିକଟରେ ଏକାଠି ହୋଇ ଏହାର ତୀବ୍ର ବିରୋଧ କରିଛନ୍ତି ଶିଖ୍‌ ସମ୍ପ୍ରଦାୟ ଜନତା । ଜାତୀୟ ପତାକାକୁ ଅପମାନିତ କରିବା ଏବଂ ଦେଶ ବିରୋଧୀ ନାରା ଦେବାକୁ ତୀବ୍ର ବିରୋଧ କରିବା ସହିତ ଖଲିସ୍ତାନୀଙ୍କ ବିରୁଦ୍ଧରେ ନାରା ଦେଇଛନ୍ତି ଶିଖ୍‌ ସମ୍ପ୍ରଦାୟ ନାଗରିକ ।

ବିଜେପି ନେତା ମନଜିନ୍ଦର ସିଂହ ସିର୍ସା ଅନ୍ତର୍ଜାତୀୟ ଶିଖ୍‌ ସମ୍ପ୍ରଦାୟଙ୍କୁ ଅପିଲ୍‌ କରି କହିଛନ୍ତି, ଏଭଳି ଦେଶ ବିରୋଧୀ ସଂଗଠନକୁ ତୀବ୍ର ବିରୋଧ କରିବା ସହିତ ସ୍ବର ଉତ୍ତୋଳନ କରନ୍ତୁ । ସେ କହିଛନ୍ତି ଶିଖ୍‌ ମାନେ ଭାରତକୁ ଭଲ ପାଆନ୍ତି । ବ୍ରିଟେନ୍‌ ସରକାର ଖଲିସ୍ତାନୀ ସମର୍ଥକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ଉଚିତ ।

ସମ୍ବନ୍ଧିତ ଖବର