ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ସୁନାଠୁ ବଢ଼ିବ ରୁପାର ଚମକ, ବର୍ଷକରେ ପାର୍‌ କରିବ ୧.୨୫ ଲକ୍ଷ

Published By : Rasmita Pradhan | October 28, 2024 8:43 AM

ନୂଆଦିଲ୍ଲୀ,୨୮/୧୦ : ମଧ୍ୟମ ଏବଂ ଦୀର୍ଘ ମିଆଦି ଭିତ୍ତିରେ ରୁପା ଦର ବୃଦ୍ଧି ହେବାର ଢ଼େର ସମ୍ଭାବନା ରହିଛି । ଦର ବୃଦ୍ଧିରେ ଏହା ସୁନାକୁ ତାଳଦେଇପାରେ କିମ୍ବା ପଛରେ ପକାଇପାରେ । ଆଗାମୀ ୧୨ରୁ ୧୫ ମାସରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ କିଲୋ ପିଛା ରୁପା ଦର ୧.୨୫ ଲକ୍ଷ ଟଙ୍କା ଟଙ୍କା ଛୁଇଁପାରେ । ସେହିଭଳି କୋମେକ୍ସରେ ଆଉନ୍ସ ପିଛା ୪୦ ଡଲାର ଛୁଇଁପାରେ । ଆର୍ଥିକ ସେବା ଯୋଗାଣକାରୀ କମ୍ପାନି ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ପକ୍ଷରୁ ଏଭଳି ଆକଳନ କରାଯାଇଛି । ୨୦୨୪ରେ ରୁପାର ଅଭିବୃଦ୍ଧି ବେଶ ଆଖିଦୃଶିଆ ରହିଛି । ଚଳିତ ବର୍ଷ ଅଦ୍ୟାବଧି ଏହାର ଦର ୪୦% ଯାଏ ବଢ଼ିଛି । ଫଳରେ ଘରୋଇ ବଜାରରେ ଏହାର ଦର ଏବେ ୧ ଲକ୍ଷ ଟଙ୍କା ସ୍ତର ପାର୍‌ କରିଛି । 

ଲୋକେ ରୁପା କ୍ରୟ ବଢ଼ାଇଥିବାରୁ ଏବେ ଏହାର ଚାହିଦା ଉପର ମୁହାଁ । ସେହିଭଳି ଶିଳ୍ପ କ୍ଷେତ୍ରରେ ଏହାର ବ୍ୟବହାର ବଢ଼ିଛି । ତେବେ କେବଳ ରୁପା ନୁହେଁ ଏହି ଅବଧିରେ ସୁନା ଦର ମଧ୍ୟ ବୃଦ୍ଧି ହେବାର ଢ଼େର ସମ୍ଭାବନା ରହିଛି । ମଧ୍ୟମ ମିଆଦି ଭିତ୍ତିରେ ସୁନା ଦର ୧୦ ଗ୍ରାମ ପିଛା ୮୧ ହଜାର ଏବଂ ଦୀର୍ଘ ମିଆଦୀ ଭିତ୍ତିରେ ୮୬ ହଜାର ଟଙ୍କା ଛୁଇଁପାରେ । କୋମେକ୍ସରେ ମଧ୍ୟମ ମିଆଦି ଭତ୍ତିରେ ଏହା ୨୮୩୦ ଡଲାର ଏବଂ ଦୀର୍ଘମିଆଦି ଭିତ୍ତିରେ ୩ ଡଲାର ଯାଏ ଯାଇପାରେ । ୨୦୨୧କୁ ବାଦ ଦେଲେ ସୁନା ସର୍ବୋତ୍ତମ ପରଫରର୍ମିଂ ଆସେଟ କ୍ଲାସ ଭାବେ ଉଭା ହୋଇଛି । ୨୦୧୬ ପରଠୁ ଏହା ସବୁ ବେଳେ ଉନ୍ନତ ସ୍ଥିତିରେ ରହି ବନ୍ଦ ହେଉଛି । ଚଳିତ ବର୍ଷ ଉଭୟ କୋମେକ୍ସ ଏବଂ ଘରୋଇ ବଜାରରେ ସୁନା ରେକର୍ଡ ଉଚ୍ଚ ସ୍ତରରେ ରହିଛି । ଚଳିତ ବର୍ଷ ଅଦ୍ୟାବଧି ଏ କ୍ଷେତ୍ରରେ ୩୦% ବୃଦ୍ଧି ପରିଲକ୍ଷିତ ହୋଇଛି । 

ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର କମୋଡିଟି ରିସର୍ଚ୍ଚ ଆନାଲିଷ୍ଟ, ମାନବ ମୋଦି କହିଛନ୍ତି, ୨୦୨୪ରେ ଦରବୃଦ୍ଧି ଜାରି ରହିଛି । ଦରବୃଦ୍ଧି ଲାଗି ବଜାରରେ ଅନିଶ୍ଚିତତା, ସୁଧ ହାର ହ୍ରାସ ଆଶା, ଚାହିଦା ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବା ଭଳି କାରଣ ଗୁଡିକ ରହିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ । ପାର୍ବଣ ସମୟରେ ସୁନା ଚାହିଦା ଊଦ୍ଧ୍ୱର୍ରେ ରହିଥାଏ । ଚଳିତ ବର୍ଷ ଦୀପାବଳୀ ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫେଡେରାଲ ରିଜର୍ଭର ପଲିସି ବୈଠକ ରହିଛି । ଏହା ବଜାରର ମନୋଭାବକୁ ଉନ୍ନତ କରିପାରେ ବୋଲି ଆକଳନ କରାଯାଉଛି । ତେବେ ସୁନା ଦର ବୃଦ୍ଧି ଏହାର ଚାହିଦାକୁ କିଛିଟା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ତେବେ ବିଶ୍ୱ ବଜାରର ଘଟଣା ଗୁଡିକ ଦରବୃଦ୍ଧିର କାରଣ ହୋଇପାରେ । 

ଉଲ୍ଲେଖଯୋଗ୍ୟ ସୁନା ଦର ଏବେ ବଢ଼ିଚାଲିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୮୧ ହଜାର ଟଙ୍କା ଆଡକୁ ମାଡି ଚାଲିଛି । ଫଳରେ ଏହା ଚାହିଦାକୁ କମାଇପାରେ । ଚାହିଦା ୧୫ରୁ ୨୦% ଖସିପାରେ ବୋଲି ଗହଣା ବ୍ୟବସାୟୀ ମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏବେ ଗହଣା ବ୍ୟବସାୟୀ ମାନେ ଗଢ଼ା ମୂଲ୍ୟରେ ରିହାତି ସହ ଅନ୍ୟ ଫ୍ରିବିଜ ଦେବାକୁ ବାଧ୍ୟ ହେଉଛନ୍ତି । ଦୀପାବଳି ଓ ଧନତେରସରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ବର୍ଷକରେ ଯେତେ ସୁନା ବିକ୍ରି ହୁଏ ତାର ପ୍ରାୟ ୩୦ରୁ ୪୦% ଏହି ସମୟରେ ବିକ୍ରି ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.