ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

Published By : Harapriya Sethi | February 28, 2025 1:49 PM

ଭୁବନେଶ୍ୱର, ୨୮/୦୨: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ  ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । 

ସୂଚନା ମୁତାବକ, ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCSର ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣ । ବାଜରା ବସ୍ତା ପ୍ରତି ୪୫ ଟଙ୍କା ହିସାବରେ ୧୧୭ଟି ବସ୍ତା ପାଇଁ  ୫୦୦୦ରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହି ଲାଞ୍ଚ ଟଙ୍କାକୁ କମାଇ ସେ ୩୦୦୦ ଟଙ୍କା ମାଗିଥିଲେ । ଲାଞ୍ଚ ନଦେଲେ ସେ ବାଜରା ବସ୍ତା ଗୁଡିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ବସିଥିଲା । କୁନ୍ଦୁଲି LAMPCS ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଅଟକ କରିଛି । ତାଙ୍କ ପାଖରୁ ସମସ୍ତ ରଙ୍ଗ ବୋଳା ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଚଢାଉ ପରେ ସତ୍ୟନାରାୟଣ ଚଲ୍ଲଣଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.