ଉଦଳା, ୯/୯ : ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜ୍ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରୁ ଧରାପଡ଼ିଲେ ଶିକାରୀ। ଶିକାର କରିବା ବେଳେ ଧରାଇ ଦେଲା ଏଆଇ କ୍ୟାମେରା। ଜଙ୍ଗଲ ଭିତରୁ ସମୁଦାୟ ୮ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ବନ ବିଭାଗ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ୬ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁଯାୟୀ, ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ୮ଜଣ ଶିକାରୀ ଜଙ୍ଗଲ ଭିତରକୁ ଶିକାର ପାଇଁ ଯାଇଥିବା ବେଳେ ଏଆଇ କ୍ୟାମେରାରେ ଧରା ପଡ଼ିଥିଲେ। ଯାହାର ସୂଚନା ମିଳିବା ପରେ ପୋଡାଡିହା ବନ ବିଭାଗ ଏବଂ ଏସଡିଆରଏଫ ଧନଚତୁରୀ ଅଞ୍ଚଳରେ ଚଢ଼ାଉ କରି ୨ଜଣ ଶିକାରୀଙ୍କୁ ଉଠାଇ ଆଣିଥିଲା। ଗିରଫ ଶିକାରୀଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ ସମେତ ଧନୁତୀର ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀ ହେଲେ ଧନଚତୁରୀ ଗାଁର ମୋରା ସିଂ ଓ ଗୋବିନ୍ଦ ସୋରେନ। ଏମାନଙ୍କ ବ୍ୟତୀତ ଅନ୍ୟ ୬ଜଣ ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଚଢ଼ାଉ ଜାରି ରଖିଛି।