ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଶିମିଳିପାଳ ପାଦଦେଶରେ ପୁଣି କଳାପଥର ମାଫିଆଙ୍କ ରାଜ୍, ବିପଦରେ ବନ୍ୟପ୍ରାଣୀ, ବେଆଇନ୍ ଖାଦାନରେ ପୋଲିସ ଓ ରାଜସ୍ୱ ବିଭାଗର ଛାନଭିନ୍

ଖୁଣ୍ଟା,୦୧/୧୦(ଆପ୍ର) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପ୍ରଦୂଷଣ ବଳୟ ମଧ୍ୟରେ ରହିଆସିଥିବା ବେଳେ ଜୈବ ବିବିଧତାର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି)ର ଛାଟରେ ଖଣି ଦୁର୍ନୀତିର ଅନ୍ତ ଘଟିଥିଲା। ବର୍ତମାନ ପୁଣି ତା'ର ପୁନରାବୃତ୍ତି ଘଟିଥିବା ଡୁକୁରା ଫରେଷ୍ଟ ସେକ୍ସନ୍ ଏବଂ ଖୁଣ୍ଟା ତହସିଲ ଅଧିନ ସପନଚୁଆ, ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ବନବିଭାଗ ତତ୍ପରତାର ଚରମ ସୀମାରେ ପହଞ୍ଚିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଖଣି ମାଫିଆ ଏବଂ ସ୍ଥାନୀୟ ପ୍ରଶାସନର ମିଲି ଭଗତରେ ବଡ଼ବଡ଼ ପାହାଡ଼ ଭାଙ୍ଗି କଳା ପଥର ଲୁଟ୍ ହୋଇ ଆସୁଥିଲା। ପରେ ଭାରତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ଦ୍ଵାରା ଶିମିଳିପାଳର ୧୦ କି.ମି ଦୂରତା ମଧ୍ୟରେ ଥିବା ସମସ୍ତ ଇକୋ ସେନସିଟିଭ ଜୋନ୍ ଘୋଷଣା କରାଯିବା ସହିତ ଉକ୍ତ ଅଞ୍ଚଳ ମାନଙ୍କରେ କୌଣସି ପ୍ରକାର ପରିବେଶ ବିରୋଧୀ ଗତିବିଧିକୁ ନିଷେଧ ପାଇଁ ନିୟମ ଲାଗୁ କରାଯାଇଥିଲା। ଏବଂ ଏନଜିଟିଙ୍କ ଚିଠି ବଳରେ ଜିଲ୍ଲା ପ୍ରଶାସନ ସମସ୍ତ ବେଆଇନ ପଥର ଖାଦାନକୁ ୧୪୪ ଧାରା ଜାରି କରିଥିଲେ।

{"id":472662,"sizeSlug":"large","linkDestination":"none"}

ତେବେ ଶିମିଳିପାଳ ଅଭୟାରଣ୍ୟ ପ୍ରଦୂଷଣ ମୁକ୍ତ ହେବା ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରହିଥିବା ପରିବେଶବିତ୍ ଆଶା ପ୍ରକଟ କରିଆସୁଥିଲେ। ହେଲେ ଶିମିଳିପାଳ ପାଦଦେଶରେ ପୁଣିଥରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ଦେଖିବାକୁ ମିଳିଛି। ପାଦଦେଶରେ ଖୁଲମଖୁଲା ଭାବରେ କଳା ପଥର ଭାଙ୍ଗି ଛେଲି, ମେଟାଲ ପ୍ରସ୍ତୁତ କରିବା ସହିତ ମାଙ୍କଡ଼ା ପଥର ଖାଦାନ ଲୁଟ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଖୁଣ୍ଟା ପୋଲିସ ଓ ରାଜସ୍ୱ ବିଭାଗ ଗତ ବୁଧବାର ଦିନ ଅଚାନକ ଚଢ଼ାଉ କରିଥିଲା। ବେଆଇନ ଖାଦାନରେ ନିୟୋଜିତ ଥିବା ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ ମାରିଥିଲେ। ପରେ ତହସିଲଦାର ସ୍ମରଣ କୁମାର ପୃଷ୍ଟି, ଖୁଣ୍ଟା ଥାନା ଅଧୀକାରୀ ସର୍ଣ୍ଣଲତା ମିଞ୍ଜ ସଦଳବଳେ ବିଭାଗୀୟ ଅଧିକାରୀମାନେ ବେଆଇନ ପଥର ଖାଦାନରେ ଲାଲ୍ ପତାକା ଗାଡିବା ସହିତ ସ୍ଥାନୀୟ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ଵାରା ବେଆଇନ୍ ଖାଦାନରେ କେହି ନପସିବାକୁ ସର୍ତକ ସୂଚନା ଦେଇଥିଲେ। ବିଡ଼ମ୍ବନାର ବିଷୟ ସ୍ଥାନୀୟ ସପନଚୁଆ, ସୁବର୍ଣ୍ଣମଞ୍ଜରୀ ନିକଟରେ ଦୁଇଗୋଟି ଜଙ୍ଗଲ ବିଭାଗର ଏସଟିଆର ଏବଂ ଡିଭିଜନ ଫରେଷ୍ଟର ବିଟ୍ ହାଉସ୍ ରହିଥିବା ବେଳେ କଳା ପଥର ଚୋରା ଚାଲାଣ ଘଟଣା ଜଙ୍ଗଲ ଅଧିକାରୀମାନେ ଜାଣି ପାରୁନଥିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Copyright © 2022 - Summa Real Media Private Limited. All Rights Reserved.