ମୁମ୍ୱାଇ : ଭାରତୀୟ ସଙ୍ଗୀତ ଜଗତରେ ଅନେକ ପ୍ରେମ କାହାଣୀ ଶୁଣିବାକୁ ମିଳେ, କିନ୍ତୁ ରୂପ କୁମାର ରାଠୋର ଓ ସୋନାଲୀ ସେଠ୍‌ଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ। ଏହା ଏକ ଏମିତି ସଂପର୍କ ଥିଲା, ଯିଏ କି ଗୁରୁ ଶିଷ୍ୟଙ୍କ ମଧ୍ୟରେ ସଂପର୍କରୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲା। ରୂପ କୁମାର ରାଠୋର ନିଜର ହିଁ ଗୁରୁ ଅନୂପ ଜଲୋଟାଙ୍କର ପତ୍ନୀଙ୍କୁ ହୃଦୟ ଦେଇ ବସି ଥିଲେ ଏବଂ ସମାଜର କଟକଣା ଓ ଟାଣି ଟାପରା ସତ୍ତ୍ୱେ , ନିଜର ପ୍ରେମକୁ ହାସଲ କରିବାର ସାହାସ ଦେଖାଇ ଥିଲେ। ତାଙ୍କର ସଂପର୍କ ସେହି ସମୟରେ ଖୁବ୍‌ ଚର୍ଚ୍ଚା ପାଲଟି ଥିଲା।

ରୂପ କୁମାର ରାଠୋରଙ୍କର ଜନ୍ମ ରାଠୋର ପରିବାରରେ ହୋଇ ଥିଲା, ଯିଏ କି ଶାସ୍ତ୍ରୀୟ ସଙ୍ଗୀତର ଏକ ସମୃଦ୍ଧ ପରମ୍ପରାର ଅଂଶ ଥିଲା। ତାଙ୍କ ପିତା ପଣ୍ଡିତ ଚତୁର୍ଭୁଜ ରାଠୋର, ଧ୍ରୁପଦ ଶୈଳୀର ପ୍ରସିଦ୍ଧ ଗାୟକ ଥିଲେ , ଯିଏକି ନିଜ ପୁଅକୁ ସଙ୍ଗୀତ ବିଷୟରେ ଭଲ ଶିକ୍ଷା ଦେଇ ଥିଲେ। ହେଲେ , ରୂପ କୁମାର ପ୍ରାରମ୍ଭରେ ତବଲା ବାଦନରେ ନିଜର କ୍ୟାରିୟର କରିବା ଓ ନିଜର ଦୃଢ ଇଚ୍ଛା ଶକ୍ତି ଦ୍ୱାରା ଅନେକ ପ୍ରସିଦ୍ଧ ଗାୟକଙ୍କ ସହ ମଞ୍ଚ ସେୟାର କରିଥିଲେ। ଏହି ସମୟରେ, ସେ ପ୍ରସିଦ୍ଧ ଭଜନ ଗାୟକ ଅନୂପ ଜଲୋଟାଙ୍କ ସହ ଯୋଡ଼ି ହୋଇ ଥିଲେ,ଯେଉଁଠି ସେ ତାଙ୍କର କାର୍ଯ୍ୟକ୍ରମରେ ତବଲା ସଙ୍ଗତ କରିଥିଲେ। ଏହା ସେହି ସମୟ ଥିଲା , ଯେବେ ତାଙ୍କର ସାକ୍ଷାତ୍‌ ସୋନାଲୀ ସେଠ୍‌ଙ୍କ ସହ ହୋଇଛି। 

ସୋନାଲୀ ସେଠ୍‌ ଏହି ସମୟରେ ଅନୂପ ଜଲୋଟାଙ୍କ ପତ୍ନୀ ଥିଲେ ଏବଂ ନିଜେ ବି ଜଣେ ଭଲ ଶାସ୍ତ୍ରୀୟ ସଙ୍ଗିତ ଗାୟିକା ଥିଲେ। ଯେବେ ରୂପ କୁମାର ଓ ସୋନାଲୀ ପ୍ରଥମ ଥର ଭେଟ ହେଲେ , ତ ଉଭୟଙ୍କ ମଧ୍ୟରେ ସମର୍ପଣ ଭାବ ଓ ଦୃଢ ନିଷ୍ଠା ଖୁବ୍‌ ସ୍ୱତନ୍ତ୍ର ଲାଗିଲା। ସଙ୍ଗୀତରେ ପରସ୍ପରର ତାଳମେଳ ଓ ବୁଝାମଣା ପରସ୍ପରକୁ ନିକଟତର କରିଥିଲା। ଧିରେ ଧିରେ ଏହି ସଂପର୍କ ବନ୍ଧୁତାରୁ ଆଗକୁ ବଢି ପ୍ରେମରେ ବଦଳି ଗଲା। ସମୟ ସହ ତାଳ ଦେଇ ଦୁହିଁଙ୍କର ସଂପର୍କ ଆଗେଇ ଗଲା। ହେଲେ, ଏହି ସଂପର୍କ ସହଜ ନଥିଲା , କାରଣ ସୋନାଲୀ ପୂର୍ବରୁ ହିଁ ବିବାହିତ ଥିଲେ ଏବଂ ତାଙ୍କର ପତି ଅନୂପ ଜଲୋଟା ସଙ୍ଗୀତ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ।

ରୂପ କୁମାର ଓ ସୋନାଲୀଙ୍କ ସଂପର୍କର ଖବର ଯେବେ ସଙ୍ଗିତ ଜଗତରେ ବ୍ୟାପିଲା , ତ ଏହା କୌଣସି ବଡ଼ ବିବାଦ ଠାରୁ କମ୍‌ ନଥିଲା। ଏହା କେବଳ ଏକ ପ୍ରେମ କାହାଣୀ ନଥିଲା , ବରଂ ଏକ ଏମିତି ସଂପର୍କ ଥିଲା, ଯିଏକି ଗୁରୁ-ଶିଷ୍ୟ ସମ୍ୱନ୍ଧକୁ ମଧ୍ୟ କଠିନ କରି ଦେଇ ଥିଲା। ଅନୂପ ଜଲୋଟା ଓ ସୋନାଲୀଙ୍କ ମଧ୍ୟରେ ଦୂରତା ବଢିବାକୁ ଲାଗିଲା ଏବଂ ଶେଷରେ ତାଙ୍କର ଛାଡ଼ପତ୍ର (ତଲାକ୍‌) ହୋଇଗଲା। ଏହାପରେ ରୂପ କୁମାର ଓ ସୋନାଲୀ ପରସ୍ପରର ହାତ ରଖି ବିବାହ କରି ଥିଲେ। ଏହା ଏକ ବଡ଼ ନିଷ୍ପତ୍ତି ଥିଲା , କାରଣ ସମାଜ ଓ ସଙ୍ଗୀତ ଜଗତର ଅନେକ ଲୋକ ଏହି ସଂପର୍କକୁ ନେଇ ଦୁଇଟି ମତ  ରଖି ଥିଲେ। ହେଲେ ଉଭୟ ପ୍ରତି ମୁସ୍କିଲକୁ ଏଡେଇ ନିଜର ପ୍ରେମକୁ ବିବାହରେ ବଦଳାଇ ଦେଇଥିଲେ।


ବିବାହ ପରେ ରୂପ କୁମାର ଓ ସୋନାଲୀଙ୍କର ଯୋଡ଼ି କେବଳ ବ୍ୟକ୍ତିଗତ ରୂପେ ନୁହେଁ , ସଙ୍ଗୀତର ଦୁନିଆରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିବାକୁ ଲାଗିଲେ। ଉଭୟ ଏକାଠି ଅନେକ ଲାଇଭ୍‌ କନସର୍ଟ କରିଥିଲେ ଏବଂ ତାଙ୍କର ଯୁଗଳବନ୍ଦୀ ଶୁଣିବାକୁ ଆସିଥିଲା ଅଡିୟାନ୍ସକୁ ପସନ୍ଦ ଆସିଛି।