PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଉଦିତ ନାରାୟଣଙ୍କୁ ଜୀବନରେ ମାରିଦେବାକୁ ଆସୁଛି ଧମକ,ପୋଲିସ ତଦନ୍ତରେ ହେଲା ଏଭଳି ଖୁଲାସା

ମୁମ୍ବାଇ,୨୯।୭: ୯୦ ଦଶକରେ ବଲିଉଡରେ ରାଜ କରୁଥିବା ପ୍ରଖ୍ୟାତ ପ୍ଲେବ୍ୟାକ୍ ସିଙ୍ଗର ଉଦିତ ନାରାୟଙ୍କୁ ଗତ ୧ ମାସରୁ ଅଧିକ ସମୟ ହେବ ଜୀବନରେ ମାରିଦେବାକୁ ଧମକ ମିଳୁଛି। ୨ ସପ୍ତାହନ ପୂର୍ବେ ଉଦିତ ନାରାୟଣ ଏନେଇ ପୋଲିସ ନିକଟରେ ଅଭିଯୋଗ କରିସାରିଛନ୍ତି। ତାଙ୍କର କହିବା ଅନୁସାରେ ଗତ ୧ ମାସ ହେବ କେହି ବ୍ୟକ୍ତି ତାଙ୍କୁ ଫୋନ୍ କରି ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। କିନ୍ତୁ ସେହି ବ୍ୟକ୍ତିଜଣକ ତାଙ୍କୁ ଫୋନରେ କେବେ ଟଙ୍କା ମାଗିନାହାନ୍ତି। ପୋଲିସ ନିଜର ତଦନ୍ତ ପରେ ଜାଣିବାକୁ ପାଇଛି ଏହି ବ୍ୟକ୍ତିଜଣକ ଫୋନ ନମ୍ବର ବିହାରର ଆକ୍ଟିଭ ରହିଛି ଓ ଏକ ଟିମ୍ ମଧ୍ୟ ସେହି ବ୍ୟକ୍ତିକୁ ଧରିବା ପାଇଁ ପଠାଇଛି।

ଫୋନ୍ କରୁଥିବା ବ୍ୟକ୍ତିଜଣକ ନିଜକୁ ରବି ପୂଜାରା ଗ୍ୟାଙ୍ଗର ବୋଲି କହୁଛି। ପୋଲିସର ସୂଚନା ଅନୁସାରେ ଉଦିତ ନାରାୟଣ କହୁଛନ୍ତି, ଫୋନ୍ କରୁଥିବା ବ୍ୟକ୍ତିଜଣକ ରବି ପୂଜାରା ଗ୍ୟାଙ୍ଗର ଓ ସେ କେବଳ ତାଙ୍କୁ କୌଣସସ ସୁଟିଂ ଯିବା ବେଳେ ଫୋନ୍ କରୁଛି। ଏପର୍ଯ୍ୟନ୍ତ ତାଙ୍କୁ ୩ ଥର ଏଭଳି ଧମକପୂର୍ଣ୍ଣ ଫୋନ୍ କଲ ଆସିଥିବା ନେଇ ଅଭିଯୋଗ କରିଛନ୍ତି ଉଦିତ୍ ନାରାୟଣ।

ଅମ୍ବୋଲା ପୋଲିସ ଷ୍ଟେସନର ସିନିୟର ଇନ୍ସପେକ୍ଟର କହିଛନ୍ତି, ସେ ଉଦିତ ନାରାୟଣଙ୍କ ବୟାନ ରେକର୍ଡ କରିସାରିଛନ୍ତି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର(ଏସ୍ଓପି) ଅନୁସାରେ ଉଦିତ ନାରାୟଣଙ୍କ ଅଭିଯୋଗର ତୁରନ୍ତ ତଦନ୍ତ କରାଯିବ। ଉଲ୍ଲେଖନୀୟ ଯେ, ଉଦିତ ନାରାୟଣ ମୁମ୍ବାଇର ଅନ୍ଧେରି ଓ୍ବେଷ୍ଟରେ ରହୁଛନ୍ତି। ଏବେ ତାଙ୍କ ଘର ବାହାରେ ସାଦା କପଡାରେ କିଛି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି ଘରେ ସେ ଏବଂ ତାଙ୍କର ପୁଅ ଉଦିତ ନାରାୟଣ ଏବଂ ପତ୍ନୀଙ୍କ ସହ ରହୁଛନ୍ତି।

ପୋଲିସ ଟିମ୍ ଉଦିତ ନାରାୟଣଙ୍କ ଘର ଆଖପାଖ ଦେଇ ଯାଉଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। ଉଦିତ ନାରାୟଣଙ୍କୁ ଗୋଟିଏ ନମ୍ବରରୁ ୩ ଥର ଧମକପୂର୍ଣ୍ଣ ଫୋନ କଲ୍ ଆସିଛି। ପ୍ରଥମ ଫୋନ୍ ଏକ ମାସ ପୂର୍ବେ, ଦ୍ବିତୀୟଟି ଚଳିତ ମାସ ୧୭ ତାରିଖ ଏବଂ ତୃତୀୟଟି ଗତ ୨୩ ତାରିଖରେ ଆସିଥିଲା। ତାଙ୍କୁ ଧମକ ଦେଉଥିବା ବ୍ୟକ୍ତିଜଣକ ଲକ୍ଷ୍ମଣ ବୋଲି ପୋଲିସକୁ ସୂଚନା ମିଳିଛି। ଏପରିକି ଯାହା ନାମରେ  ଫୋନ ନମ୍ବରଟି ରହିଛି  ସେ ଉଦିତ ନାରାୟଣ ରହୁଥିବା ବିଲ୍ଡିଂରେ ସିକ୍ୟୁରିଟି ଗାର୍ଡ ଥିଲା। କିନ୍ତୁ ସିକ୍ୟୁରିଟି ଗାର୍ଡ ଜଣକ ପଚରାଉଚରା ବେଳେ କହିଥିଲା ତା ଫୋନ୍ ୩ ମାସ ପୂର୍ବେ ଚୋରି ହୋଇଯାଇଥିଲା ଓ ତା’ର ଏଫଆଇଆର ସେ ଥାନାରେ ଦେଇନଥିଲା। ପୋଲିସ ଅନୁମାନ କରୁଛି ସିକ୍ୟୁରିଟି ଗାର୍ଡର ମୋବାଇଲରେ   ଉଦିତ ନାରାୟଣଙ୍କ ଫୋନ ନମ୍ବର ପାଇବା ପରେ ସେହି ବ୍ୟକ୍ତି ଜଣକ ଏଭଳି ଧମକପୂର୍ଣ୍ଣ ଫୋନ୍ କରୁଛି।