PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏଥର ଜମିବ ଶୀତଳଷଷ୍ଠୀ ଯାତ୍ରା: ପାରମ୍ପରିକ ଶୋଭାଯାତ୍ରାରେ ସାମିଲ ହେବେ ବାହାର ରାଜ୍ୟର ୬ ସାଂସ୍କୃତିକ ଦଳ

Sital_Sasthi_

ସମ୍ବଲପୁର,୨୨/୦୫: ସମ୍ବଲପୁର ଶୀତଳଷଷ୍ଠୀକୁ ଆଉ ଅଳ୍ପଦିନ ବାକି ରହିଲା । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ବହୁ ଆଡମ୍ବରରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସହରର ସମସ୍ତ କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସକାଶେ ବିଗତ ଦୁଇ ବର୍ଷ ହେବ ଏହି ଯାତ୍ରା କେବଳ ବିଧିରକ୍ଷାରେ ସୀମିତ ହୋଇଯାଇଥିଲା । ହେଲେ ଏଥର ସ୍ୱାଭାବିକ ଭାବେ ଯାତ୍ରା ମହାଆଡମ୍ବରେ କରିବାକୁ କମିଟି ଗୁଡିକ ନିଷ୍ପତ୍ତି ନେଇଛନ୍ତି ।

ସମ୍ବଲପୁରର ପୂରାତନ କମିଟି ମଧ୍ୟରୁ ଝାଡୁଆପଡା ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଅନ୍ୟତମ । ଏଠାରେ ପାଖାପାଖି ୪୦୦ ବର୍ଷରୁ ଅଧିକ ହେବ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ହୋଇଆସୁଛି । ଚଳିତ ବର୍ଷ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ପାରମ୍ପରିକ ଝଲକ ନେଇ ବାବା ଲୋକନାଥ ଶୋଭାଯାତ୍ରାରେ ଯିବେ ।

ଝାଡୁଆପଡା ଷଷ୍ଠୀ କମିଟି ପକ୍ଷରୁ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଯାକଜମକରେ ଯାତ୍ରା କରିବାକୁ କିଛି ଦିନ ହେବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ଗତ ୨୦୧୯ ମସିହାରେ ଯାତ୍ରା ପାଇଁ ୩୦ ଲକ୍ଷ ଟଙ୍କା ବଜେଟ ରହିଥିବା ବେଳେ ଏଥର ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ଲକ୍ଷ ରଖାଯାଇଛି । ସାରା ସମ୍ବଲପୁରରେ ତଥା ପଶ୍ଚିମ ଓଡିଶାରେ ଏହି କମିଟି ହିଁ ପ୍ରଥମ କରି ୧୩୫ କିଲୋଗ୍ରାମରେ ତିଆରି ରୂପା ପରଭାରେ ତିଆରି କରିଥିଲା । କଟକର କାରୀଗର ଏହି ପରଭା ତିଆରି କରିଥିଲେ । ଏଥିସହ ଆଉ ଦୁଇଟି ପରଭା ପୁରୀ କାରିଗରଙ୍କ ଦ୍ୱାରା ତିଆରି ହେଉଛି । ଶୋଭାଯାତ୍ରାରେ ତିନିଟି ପରଭା ବାହାରିବ । ଚାନ୍ଦି ପରଭାରେ ବାବା ଲୋକନାଥ, ଅନ୍ୟ ଦୁଇଟିରେ ହନୁମାନ ଓ ରାଧାକୃଷ୍ଣ ବାହାରିବେ । ଦବାଦେବୀଙ୍କ ସମସ୍ତ ମୂର୍ତ୍ତି ସ୍ଥାନୀୟ କାରିଗର ତିଆରି କରୁଛି ।

କମିଟିର ସମସ୍ତ ସଦସ୍ୟ ଯାତ୍ରାକୁ ଆଡମ୍ବର ସହକାରେ କରିବା ପାଇଁ ଲାଗିପଡିଛିନ୍ତି । ଶୋଭାଯାତ୍ରାରେ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ପାରମ୍ପରିକ ତଥା ଆଧୁନିକ ଲୋକକଳା ଦେଖିବାକୁ ମିଳିବ । ଏଥିପାଇଁ ରାଜ୍ୟ ବାହାରୁ ୬ଟି ଟିମ୍‌ ଆସୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ସମ୍ପୁର୍ଣ୍ଣ ନୂଆ ୩୦ ଜଣିଆ ଫୋକ୍‌ ଟିମ୍‌ ପ୍ରଥମ କରି ସାମିଲ ହେଉଛନ୍ତି । ଭଳିକି ଭଳି ଆକର୍ଷଣ ତଥା ସତେତନତା ମୂଳକ ୫ଟି ପ୍ରଜ୍ଞାପନ ମେଢ଼ ତିଆରି ହେଉଛି ।

ଏଥିସହ ଓଡିଶାର ୧୨ଟି ଜିଲ୍ଲାରୁ ବିଭିନ୍ନ ଲୋକକଳା ସହ ଦୁଲଦୁଲି, ସମ୍ପର୍ଦା, ଘଣ୍ଟ, ଧମାଲ ବାଜା, ଦଣ୍ଡ ନାଚ, ଆଦିବାସୀ ନାଚ ଦେଖିବାକୁ ମିଳିବ । ବିଭିନ୍ନ ରଥରେ ରାଜ୍ୟ ବାହାରୁ ଆସୁଥିବା ଡ୍ୟାନ୍ସର ଝଲକ ଦେଖାଯିବ । ଏହାବାଦ୍‌ ସମ୍ପୁର୍ଣ୍ଣ ପଡା ଆଲୋକୀକରଣ ହେବ । ଶୋଭାଯାତ୍ରା ନନ୍ଦପଡାରୁ ବାହାରି ୧ କିମିରୁ ଅଧିକ ବାଟ ଦେଇ ମନ୍ଦିରେ ପାଖରେ ଶେଷ ହେବ ବୋଲି କମିଟିର ସଭାପତି ସରୋଜ ଦଳପତ ସୂଚନା ଦେଇଛନ୍ତି ।