ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା

Published By : Harapriya Sethi | May 5, 2025 2:54 PM

ଭୁବନେଶ୍ୱର,୦୫/୦୫ : ବିଜୁ ଜନତା ଦଳ ପକ୍ଷରୁ ୬ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱରର ବିଜେଡି ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା । ବରିଷ୍ଠ ନେତା ସୁଶାନ୍ତ ରାଉତଙ୍କ ସ୍ଥାନରେ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ସମ୍ବଲପୁରର ବିଜେଡି ସଭାପତି ହେଲେ ରୋହିତ ପୂଜାରୀ । ବଲାଙ୍ଗୀରରେ ଟୁକୁନି ସାହୁଙ୍କ ବଦଳରେ ସରୋଜ କୁମାର ମେହେରଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ରାଉରକେଲାରେ ସାରଦା ନାୟକଙ୍କ ବଦଳରେ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦୁଝରରେ ଆଶିଷ ଚକ୍ରବର୍ତ୍ତୀ ଏବଂ ମୟୂରଭଞ୍ଜ-୨ରେ ଦେବାଶିଷ ମାରାଣ୍ଡିଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଘୋଷଣା କରାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.