କେନ୍ଦୁଝର, ୦୯/୧୧ : ସ୍ଲରି ପାଇପ୍ ଫାଟି ବ୍ୟାପକ ଧାନ ଫସଲ ନଷ୍ଟ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କୁଟପାଲି ଗାଁରେ ଏଭଳି ଘଟଣା ଘଟିଛି। ଚାଷ ଜମିରେ ପାଇପ୍ ଫାଟିଯିବା ଯୋଗୁଁ ଲୁହା ଗୁଣ୍ଡ ପଡି ଏକର ଏକର ଧାନ ଫସଲ ନଷ୍ଟ ହୋଇଛି।


ସୂଚନାନୁଯାୟୀ, ଝୁମ୍ପୁରା ବ୍ଳକର ବିଭିନ୍ନ ଗାଁ ଦେଇ ଏକାଧିକ ଘରୋଇ କମ୍ପାନୀ ସ୍ଲରି ପାଇପ୍ ବିଛାଇ ଖଣିଜ ପଦାର୍ଥ ପରିବହନ କରୁଛନ୍ତି। ଶନିବାର ସକାଳେ କୁଟପାଲି ଗାଁର ଏକ ଚାଷ ଜମି ଦେଇ ଯାଇଥିବା ସ୍କରି ପାଇପ୍ ଫାଟିଯାଇଛି। ଏଥିରୁ ଲୁହାଗୁଣ୍ଡ ନିର୍ଗତ ହୋଇ ନିକଟରେ ଥିବା ଚାଷ ଜମିରେ ପଡୁଛି। ଫଳରେ ଏକର ଏକର ଧାନ ଚାଷ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।