PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

କ୍ଷୁଦ୍ର ଚଳଚ୍ଚିତ୍ର ‘ସିନ୍ଦୂର’ ଲୋକାର୍ପିତ

ଭୁବନେଶ୍ୱର,୩ା୪(ବ୍ୟୁରୋ): ନିର୍ମଳାକୃତି ବକିାଶ ଟ୍ରଷ୍ଟର ନର୍ମିଳାକୃତି ସମ୍ମାନ ସମାରୋହ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭରତୀୟା ଚାରିଟେବୁଲ୍‌ ଟ୍ରଷ୍ଟର ଚେୟାରମ୍ୟାନ୍ ଡ. କିଶନ ଲାଲ୍ ଅଗ୍ରୱାଲ ଯୋଗ ଦେଇଥେିଲ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଆୟକର ବିଭାଗର ପ୍ରିନ୍ସପାଲ କମିଶନର ଶରତ କୁମାର ଦାଶ, କେଭିଏସ୍‌ର ଅଧ୍ୟକ୍ଷା ପ୍ରୀତି ରାଏ, ଡ୍ରିମଟିମ୍ ସାହାରାର ଚେୟାରମ୍ୟାନ୍‌ ନିଶିକାନ୍ତ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗର ଚେୟାରମ୍ୟାନ୍‌ ଡ. ହରିହର ହୋତା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଟ୍ରଷ୍ଟର ସଦସ୍ୟ ଗୁରୁଚରଣ ଦାସ ।

ପ୍ରାରମ୍ଭରେ ଟ୍ରଷ୍ଟି ଡ. ଜଗନ୍ନାଥ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବର ଆଭିମୁଖ୍ୟ ସମ୍ବନ୍ଧରେ ମତ ରଖିଥିଲେ ନିର୍ମଳାକୃତି ବିକାଶ ଟଷ୍ଟ୍ରର ଚେୟାରମ୍ୟାନ ଇଂ. ଦିଲ୍ଲୀପ କୁମାର ପଟ୍ଟନାୟକ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ନିର୍ମଳାକୃତି ସମ୍ମାନ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ, ଭରତୀୟା ଚାରିଟେବୁଲ୍‌ ଟ୍ରଷ୍ଟର ଚେୟାରମ୍ୟାନ୍‌ ଡ.କିଶନ ଲାଲ୍‌ ଅଗ୍ରୱାଲ୍‌, ଡ୍ରିମଟିମ୍ ସାହାରାର ଚେୟାରମ୍ୟାନ୍‌ ନିଶିକାନ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ।

ସେହିପରି ନିର୍ମଳାକୃତି ସେବା ସମ୍ମାନ ଶିକ୍ଷାବିତ୍ ଡ.ହରହିର ହୋତା, ରେଡକ୍ରାବ୍‌ର ନିର୍ଦ୍ଦେଶକ ଲଳିତେନ୍ଦୁ ଦାସ, ଏଲ୍‌ଏମ୍‌ବସିରି ଅଧ୍ୟକ୍ଷ ସୁଚିସ୍ମିତା ପୃଷ୍ଟି ଏବଂ କଳାରେ ସନ୍ତୋଷ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତବର୍ଷ ଟ୍ରଷ୍ଟର ତୃତୀୟ ଅବଦାନ କ୍ଷୁଦ୍ର ଚଳଚ୍ଚିତ୍ର ‘ସିନ୍ଦୂର’ର ଲୋକାର୍ପଣ ସହିତ ଗୋସମ୍ବର୍ଦ୍ଧନ ପ୍ରୋଜେକ୍ଟର ଶୁଭ ଉଦ୍‌ଘାଟନ ଅତିଥିମାନଙ୍କ ଦ୍ୱାରା ହୋଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶୁଭୋଜିତ୍‌ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ସମ୍ବନ୍ଧିତ ଖବର