ଭୁବନେଶ୍ଵର : କ'ଣ ଆପଣ ଦିନ ରାତି ଏକାଠି କରି ପରିଶ୍ରମ କରି ରୋଜଗାର କରୁଛନ୍ତି କି ? ହେଲେ ହାତରେ ଟଙ୍କାଟିଏ ବି ରହୁନି କି ? ଘରର ନକାରାତ୍ମକ ଶକ୍ତି ଆପଣଙ୍କ ଉନ୍ନତିରେ ବାଧା ସାଜୁଛି କି ? ତାହେଲେ କରନ୍ତୁ ଏହି ଉପାୟ... ଆପଣଙ୍କର ଫିଟିଯିବ ଭାଗ୍ୟ। ହୋଇଯିବେ ମାଲେମାଲ୍। 

୧-ଘରର ବାମ କୋଣକୁ ଧନ କ୍ଷେତ୍ର ବୋଲି କୁହାଯାଏ। ଏହି କୋଣରେ ଜୀବିତ ଗଛ ରଖନ୍ତୁ କିମ୍ଵା ୱାଟର ଫାଉଣ୍ଟେନ ରଖନ୍ତୁ। ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଘରକୁ ଧନ ଆଗମନ ହେବ।
୨-କ୍ୟାରିଅର ଗ୍ରୋଥ୍ ପାଇଁ ଘରର ଉତ୍ତର ଦିଗରେ ପିତଳ କିମ୍ଵା ଚାନ୍ଦିର କଇଁଛ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ। କାଚ ପାତ୍ରରେ ପାଣି ଭରି ମଧ୍ୟ ରଖିପାରିବେ।
୩-ଘରେ ସୁନେଲି ରଙ୍ଗର ମାଛ ରଖିବା ଅତ୍ୟନ୍ତ ଶୁଭ। ଯଦି ଘରେ ଆକ୍ଵାରିଅମ୍ ନରଖିପାରିବେ ତେବେ ଉତ୍ତର ଦିଗରେ ପାଣି ବହୁଥିବାର ଫଟୋ ଲଗାନ୍ତୁ। ଧ୍ୟାନ ଦେବେ ପାଣିସ୍ରୋତ ଘର ଆଡକୁ ମୁହଁ କରି ବହୁଥିବା ଦରକାର।
୪-ଘରର ଦକ୍ଷିଣ-ପୂର୍ବ ଦିଗରେ ଲାଫିଂ ବୁଦ୍ଧ ରଖନ୍ତୁ। ଯାହାଙ୍କ ହାତରେ ଧନ ପୁଟୁଳି ଥିବ। ଧ୍ୟାନ ଦେବେ ଏହାକୁ ଏଭଳି ସ୍ଥାନରେ ରଖିବେ ଯେମିତି କେହି ଘରକୁ ପ୍ରବେଶ କରିବା ମାତ୍ରେ ନଜର ପଡିବ। ଏହା ଚାପ କମାଇବା ସହ ଧନ ଉତ୍ସ ବଢାଏ। 
୫- ନିଜ ପର୍ସ ସବୁବେଳେ ସଫା ରଖନ୍ତୁ। ନୋଟ୍ ଗୁଡ଼ିକ ସାଇଜ୍ କରି ରଖନ୍ତୁ। ଅସଜଡା କରି ରଖିଲେ ଆର୍ଥିକ ସଙ୍କଟ ଦେଖାଦେବ। 

ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଉତ୍ତର ପୂର୍ବ କୋଣରୁ ଭଙ୍ଗାରୁଜା ଜିନିଷ ହଟାଇ ଦିଅନ୍ତୁ। ଟ୍ୟାପରୁ ଅନବରତ ପାଣି ବହୁଥିଲା ଏହାକୁ ରୋକନ୍ତୁ। ବେଡ୍ ତଳେ ଥିବା ପୁରୁଣା କିମ୍ଵା ଅଜରା ବୈଦ୍ୟୁତିକ ଜିନିଷ ହଟାଇ ଦିଅନ୍ତୁ। ଶୁଖି ଯାଇଥିବା ଗଛପତ୍ର ହଟାଇ ଦିଅନ୍ତୁ। ସଫାସୁତୁରା ରଖନ୍ତୁ। ଏହାଦ୍ଵାରା ସକାରାତ୍ମକ ଉର୍ଜା ମିଳିବ।