PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ନକ୍‌ଭୀଙ୍କ ଇସ୍ତଫା ପରେ ସ୍ମୃତି ଇରାନୀଙ୍କୁ ମିଳିଲା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଦାୟିତ୍ବ; ସିନ୍ଧିଆଙ୍କୁ ମିଳିଲା ଇସ୍ପାତ ମନ୍ତ୍ରାଳୟ

Image Courtesy : Aaj Tak

ନୂଆଦିଲ୍ଲୀ,୦୬/୦୭: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ମୁକ୍ତାର ଅବ୍ବାସ୍‌ ନଖଭୀ ଏବଂ ଆରସିପି ସିଂ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଦୁଇ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରାଳୟ ପାଇଁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆମେଠି ଲୋକସଭା ଆସନରୁ ନିର୍ବାଚନରେ ହରାଇ ସଂସଦର ଯାତ୍ରାକୁ ସଫଳ କରିଥିଲେ। ସେହିଭଳି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ସାଂସଦ ଥିଲେ।

ଆଜି କେନ୍ଦ୍ରର ଦୁଇ ପ୍ରମୁଖ ମନ୍ତ୍ରୀ ମୁକ୍ତାର ଅବ୍ବାସ୍‌ ନଖଭୀ ଓ ଆରସିପି ସିଂ ଇସ୍ତଫା ଦେବା ପରେ ସେମାନଙ୍କ ସ୍ଥାନରେ ସ୍ମୃତି ଇରାନୀ ଓ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ କ୍ୟାବିନେଟ ବୈଠକରେ ଯୋଗଦେବା ବେଳେ ନକ୍‌ଭୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ତେବେ ମୋଦୀଙ୍କ ସହିୀତ ସାକ୍ଷାତ କରିବା ପରେ ନକ୍‌ଭୀ ଇସ୍ତଫା ଦେଇଥିଲେ। ନକଭୀଙ୍କ ସହିତ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ମନ୍ତ୍ରୀଙ୍କୁ ବିଦାୟ ଦେଇ କହିଥିଲେ ଯେ, ଦୁଇଜଣ ମନ୍ତ୍ରୀ ପଦରେ ଥିବା ବେଳେ ଦେଶର ବିକାଶ ପାଇଁ ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଏହି ଦୁଇମନ୍ତ୍ରୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ୭ ଜୁଲାଇରେ ଶେଷ ହେବାକୁ ଯାଉଛି।

ଉପରାଷ୍ଟ୍ରପତି ପାଇଁ ଏନଡିଏ ପକ୍ଷରୁ ଏକାଧିକ ନାଁ ଚର୍ଚ୍ଚାରେ ଥିବା ବେଳେ ଆଗରେ ରହିଛନ୍ତି ମୁକ୍ତାର ଆବ୍ବାସ ନକବୀ । ତାଙ୍କ ବ୍ୟତିତ କେରଳ ରାଜ୍ୟପାଳ ଆରିଫ‌ ମହମ୍ମଦ ଖାନ, ଭେଙ୍କୟା ନାଇଡୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୮ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମୁକ୍ତାର ଆବ୍ବାସ ନକବୀ । ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ପରେ ୨୦୧୬ରେ ତାଙ୍କୁ ଝାଡଖଣ୍ଡରୁ ରାଜ୍ୟସଭାକୁ ପଠାଇଥିଲା ଦଳ । ସେହି ବର୍ଷ ଜୁଲାଇ ୧୨ ତାରିଖରେ ମୋଦିଙ୍କ ଟିମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ସ୍ବାଧୀନ ଦାୟିତ୍ବ ନେଇଥିଲେ ନକବୀ । ଏହାପରେ ୨୦୧୯ ମେ ୩୦ ତାରିଖରେ ମୋଦିଙ୍କ ଦ୍ବିତୀୟ ପାଳି ସରକାର ଆରମ୍ଭ ହେବାପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହୋଇଥିଲେ ମୁକ୍ତାର ଆବ୍ବାସ ନକବୀ ।