ମୁମ୍ବାଇ,୩/୩ : ଆଇସିସି ମହିଳା ଓ୍ବାନଡେରେ ବ୍ୟାଟରଙ୍କ ତାଜା ରାକିଂ ବାହାର କରିଛି । ଭାରତର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଓ୍ବାନଡେରେ ବିଶ୍ବର ୧ନମ୍ବର ବ୍ୟାଟର ହୋଇଯାଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆର ଏଲାନା କିଙ୍ଗ ମହିଳା ଓ୍ବାନଡେରେ ବିଶ୍ବର ନମ୍ବର-୧ ବୋଲର ହୋଇଛନ୍ତି। ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଖେଳାଯାଇଥିବା ୩ମ୍ୟାଚର ଓ୍ବାନଡେ ସିରିଜରେ ଶାନଦାର୍ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାନଡେ ସିରିଜରେ ୫୮ ଏବଂ ୩୧ରନର ପାଳି ଖେଳିଥିବା ସ୍ମୃତିଙ୍କ ୭୯୦ଅଙ୍କ ରହିଛି । ସେ ଦକ୍ଷିଣ ଆଫ୍ରିକାର ଲାରା ବେଲଓ୍ବାର୍ଟଙ୍କ ପଛରେ ପକାଇ ନମ୍ବର-୧ ତାଜ୍ ହାସଲ କରିଛନ୍ତି । ଏବେ ବୋଲଓ୍ବାର୍ଟଙ୍କ ୭୮୨ଅଙ୍କ ରହିଛି । ବୋଲଓ୍ବାର୍ଟଙ୍କ ନିକଟରେ ମାର୍ଚ୍ଚ ଏବଂ ଏପ୍ରିଲ୍ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ସମୟରେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିବାର ସୁଯୋଗ ରହିବ ।

ନିଜ ଓ୍ବାନଡେ କ୍ୟାରିୟରର ଅନ୍ତିମ ମ୍ୟାଚରେ ଶତକ କରିଥିବା ଅଷ୍ଟ୍ରେଲିଆର ଏଲିସା ହିଲି ଚତୁର୍ଥ ନମ୍ବରରେ ରହିଥିବା ଓ୍ବାନଡେ ଅନ୍ତର୍ଜାତୀୟକୁ ଅଲବିଦା କହିଥିଲେ । ଅଷ୍ଟ୍ରେଲିଆର ବେଥ ମୁନୀ ତୃତୀୟ ଯାହାକି ଏଶଲେ ଗାର୍ଡ଼ନର(୭୨୪) ପଞ୍ଚମ ସ୍ଥାନରେ ରହିଛନ୍ତି । ଭାରତୀୟ ଅଧିନାୟକ ରହମନପ୍ରୀତ କୌର ନବମ ସ୍ଥାନ ସହ ଶୀର୍ଷ ୧୦ରେ ସ୍ଥାନ ପକ୍କା କରିବାକୁ ସଫଳ ହୋଇଛନ୍ତି ଯାହାକି ଜେମିମା ରୋଡ୍ରିଗ୍ସ ୧୨ତମ ସ୍ଥାନରେ ରହିଛନ୍ତି। ୩ମ୍ୟାଚର ସିରିଜରେ ଭାରତର କ୍ଲିନସ୍ବିପ ପରେ ରହମନପ୍ରୀତ(୬୫୨)ଙ୍କୁ ଚତୁର୍ଥ ସ୍ଥାନର ସୁଫଳ ମିଳିଛି । ସେ ୫୩,୫୪ ଏବଂ ୨୫ରନର ପାଳି ଖେଳିଛନ୍ତି ।

ଅଷ୍ଟ୍ରେଲିଆର ଷ୍ଟାର୍ ବୋଲର ଅଲାନା କିଙ୍ଗ(୭୭୫ପଏଣ୍ଟ୍ସ) ବୋଲରଙ୍କ ରାକିଂରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ସେ ପ୍ରାୟ ୪ବର୍ଷ ପର୍ଯ୍ୟନ୍ତ ଶୀର୍ଷରେ ରହିଥିବା ସୋଫି ଏକଲେଷ୍ଟୋନଙ୍କୁ ପଛରେ ପକାଇଛନ୍ତି । ସେହିଭଳି ଗାର୍ଡ଼ନର ତୃତୀୟ ସ୍ଥାନରେ ରହିଛନ୍ତି । ବୋଲର ସୂଚୀରେ ଦୀପ୍ତି ଶର୍ମା ୧୦ମ ସ୍ଥାନ ସହ ଶୀର୍ଷ ୧୦ରେ ଏକମାତ୍ର ଭାରତୀୟ ବୋଲର ଅଛନ୍ତି । ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ବିପକ୍ଷ ଓ୍ବାନଡେ ସିରିଜରେ ୧୬.୭୧ ପ୍ରତିଶତରେ ୭ଓ୍ବିକେଟ ନେଇ ଶୀର୍ଷ ବୋଲର ରହିଛନ୍ତି । ସେ ତୃତୀୟ ଏବଂ ଶେଷ ଓ୍ବାନଡେରେ ୩୩ରନ ଦେଇ ୪ଓ୍ବିକେଟ ନେଇ ଯେଉଁଥିରେ ଅଷ୍ଟ୍ରେଲିଆ ୧୮୫ରନର ଶାନଦାର୍ ବିଜୟ ହାସଲ କରିଥିଲା ।