PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବାପ-ପୁଅ ଶୋଇଥିବା ବେଳେ କାମୁଡ଼ିଲା ସାପ, ବାପା ମୃତ

Representative image

ଖଲ୍ଲିକୋଟ, ୨୪/୦୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପ୍ରଶାନ୍ତ କୁମାର ପଣ୍ଡା (୬୩ ବର୍ଷ)।

ସୂଚନାନୁଯାୟୀ, ଭେଜିପୁଟ ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା (୬୩ ବର୍ଷ)ଓ ତାଙ୍କ ପୁତ୍ର ମୁକେଶ କୁମାର ପଣ୍ଡା (୨୭ ବର୍ଷ) ଘର ଭିତରେ ଶୋଇଥିବା ବେଳେ ଏକ ବିଷଧର ସାପ ବାପା ପ୍ରଶାନ୍ତଙ୍କୁ କାମୁଡି ଦେଇଥିଲା । ପ୍ରଶାନ୍ତ ନିଦରେ ଶୋଇଥିବାରୁ ସାପ କାମୁଡିଥିବା ଜାଣି ପାରି ନଥିଲେ । ଭୋର ପ୍ରାୟ ତିନିଟା ବେଳକୁ ପ୍ରଶାନ୍ତ ଅସୁସ୍ଥ ଅନୁଭବ କରୁଥିବା ପାଖରେ ଶୋଇଥିବା ପୁଅକୁ ଜଣାଇଥିଲେ । ଘରର ଲାଇଟ ଜଳାଇବାରୁ ସାପକୁ ଦେଖିବାକୁ ପାଇଥିଲେ ।ଏହାପରେ ତୁରନ୍ତ ପ୍ରଶାନ୍ତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖଲ୍ଲିକୋଟରୁ ବ୍ରହ୍ମପୁର ନେବା ରାସ୍ତାରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଭେଜିପୁଟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର