ଅନୁଗୁଳ, ୧୮/୦୮: ଅନୁଗୁଳ ସହର ଉପକଣ୍ଠ  ନତଡ଼ା ଗ୍ରାମରେ ପଡ଼ିଥିବା ଏକ ଅପେରାରେ ଗତ ରାତିରେ ଜିଅନ୍ତା ସାପ ସହ ଅଭିନୟର ଭିଡ଼ିଓ ଭାଇରାଲ ହୋଇଛି । ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି ।  ଯାତ୍ରା ମଞ୍ଚରେ ସାପ ସହ କଳାକାରଙ୍କ ଅଭିନୟକୁ ଦର୍ଶକ ଉପଭୋଗ କରିଥିଲେ ହେଁ ଏହା ବନ୍ୟପ୍ରାଣୀ ଆଇନ୍‌  ବିରୁଦ୍ଧ ବୋଲି ଆଲୋଚନା ହେଉଛି । ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ଅନୁଗୁଳ ବନାଞ୍ଚଳ ଅଧିକାରୀ  ହରମୋହନ ନାୟକ କହିଛନ୍ତି, ଯାତ୍ରାରେ ଜୀବନ୍ତ ସାପ  ପ୍ରଦର୍ଶନ ଆଇନ୍‌ ବିରୁଦ୍ଧ । ଏ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।