PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଏହି କାରଣରୁ ଆଇନଷ୍ଟାଇନଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା

ନୂଆଦିଲ୍ଲୀ,୭।୬: ୨୦ ବର୍ଷ ପରେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ପୁଅ ଅନୁମତି ଦେବାପରେ ତାଙ୍କ ଉପରେ ଅଧ୍ୟୟନ ଆରମ୍ଭ କରାଯାଇଛି। ଆଇନଷ୍ଟାଇନଙ୍କ ମସ୍ତିଷ୍କକୁ ୨୦୦ ଖଣ୍ଡ କରି ଡା. ଥୋମାସ୍ ହାର୍ଭେ ଭିନ୍ନ ଭିନ୍ନ ବୈଜ୍ଞାନିକଙ୍କ ନିକଟକୁ ପଠାଇଥିଲେ। ତାଙ୍କୁ ଏଥିପାଇଁ ହସ୍ପିଟାଲକୁ ମଧ୍ୟ ବାହାର କରିଦିଆଯାଇଥିଲା। କିନ୍ତୁ ଏହି ଗବେଷଣାରୁ ଜଣାପଡିଥିଲା ଯେ, ସାଧାରଣ ଲୋକଙ୍କ ତୁଳନାରେ ଆଇନଷ୍ଟାଇନଙ୍କ ମସ୍ତିଷ୍କରେ ଏକ ଆସାଧାରଣ ସେଲ୍ ଥିଲା। ଏହି କାରଣରୁ ସେ ଅସାଧାରଣ ଜିନିଷ ବିଷୟରେ ଭାବିପାରୁଥିଲେ।

କିଛି ବର୍ଷ ପୂର୍ବେ ଏକ ଗବେଷଣାରୁ ଜଣାପଡିଥିଲା ଯେ, ଆଇନଷ୍ଟାଇନଙ୍କ ମୁଣ୍ଡର ସେରେବ୍ରାଲ କୋରଟେକ୍ସ ନାମକ ଏକ ଅଂଶ ସାଧାରଣ ମଣିଷ ତୁଳନାରେ ଆଶ୍ଚର୍ଯ୍ୟଜନକ ଭାବରେ ଭିନ୍ନ ଥିଲା। ସେରେବ୍ରାଲ କୋରଟେକ୍ସ,ଯାହାକି ମଣିଷର ମସ୍ତିଷ୍କର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ହୋଇଥାଏ। ଯାହାକି ସବୁଠାରୁ ଜଟିଳ ମାନସିକ ପକ୍ରିୟା ପାଇଁ ଦାୟୀ ବୋଲି କୁହାଯାଏ।

ସ୍ମରଣ ଶକ୍ତି, କାର୍ଯ୍ୟ-ଯୋଜନା ତିଆରି କରିବା, ଚିନ୍ତା ଓ ଅବସାଦ, ଭବିଷ୍ୟତର ଯୋଜନା ତିଆରି କରିବା, କଳ୍ପନା କରିବା ଆଦି କାର୍ଯ୍ୟ ପାଇଁ ମୁଣ୍ଡର ଏହି ଅଂଶ ଦାୟୀ ରହିଥାଏ। ଏହି ଭାଗ ଅସାଧାରଣ ଓ ଅଦ୍ଭୁତ ଢଙ୍ଗରେ ସଂଯୋଜନା ପାଇଁ ଦାୟୀ ରହିଥାଏ। ଗବେଷଣା କରୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ ଆଇନଷ୍ଟାଇନଙ୍କ ମସ୍ତିଷ୍କର ଏହି ସଂରଞ୍ଚନା ଖୁବ୍ ଅଧିକ ଜଟିଳ ଥିଲା।

ଆଇନଷ୍ଟାଇନଙ୍କ ମସ୍ତିଷ୍କର ୪୬ ଖଣ୍ଡ ରୂପରେ ଆମେରିକାର ଏକ ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଥିଲା। ଆଇନଷ୍ଟାଇନଙ୍କ ମସ୍ତିଷ୍କର ଏହା ଖୁବ୍ ପତଳା ଖଣ୍ଡ ହୋଇଥିବା ବେଳେ ମୂଳ ରୂପରେ ଡା. ଥୋମାସ୍ ହାର୍ଭେଙ୍କ ପାଖରେ ସୁରକ୍ଷିତ ଥିଲା। ଯିଏକି  ୧୯୫୫ରେ ମହାନ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ପରଲୋକ ପରେ ତାଙ୍କ ପୋଷ୍ଟମର୍ଟମ କରିଥିଲେ।