PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଭିନ୍ନ ଗ୍ରାମରେ ଏକ ସପ୍ତାହ ଧରି ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର ୨୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍‌ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍‌ (ଏସ୍‌ପିଏସ୍‌), ସ୍କୁ୍‌ଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌), ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌) ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ସମସ୍ତ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଯୁନିଟ୍‌ ଗୁଡିକ ପକ୍ଷରୁ ନିକଟବର୍ତୀ ମଳିପଡା, ଜାମୁଝରି, ଅଙ୍ଗାରପଡା, ଭଗବତୀପୁର, ଭୋଳା, କଳାପିତ ଓ ଛତାବର ଗ୍ରାମରେ ଏକ ସପ୍ତାହ ବ୍ୟାପି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି ।

ଆଇଟିଇଆର୍‌ ଓ ଏସ୍‌ଏଚ୍‌ଏମ୍‌ର ମିଳିତ ସହଯୋଗରେ ମାର୍ଚ୍ଚ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମଳିପଡା ଓ ଜାମୁଝରି ଗ୍ରାମରେ ଏନ୍‌ଏସ୍‌ଏସ୍‌ ପକ୍ଷରୁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିବା ବେଳେ ଏହାର ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କମଳ ଲୋଚନ ମହାନ୍ତ, ଡକ୍ଟର କନକଲତା ଓଝା ଓ ଡକ୍ଟର ଶାନ୍ତିଲତା ଚମ୍ପତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମ ଦିନରେ ପ୍ରତୀକ ଦାଶ, ଉଦିତ୍‌ ରଂଜନ ଦାଶ ଓ ମନୋରଥ ଜୟଦେବଙ୍କ ନେତୃତ୍ୱ ରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ମାନେ ପ୍ରାୟ ୯୨ ରୁ ଅଧିକ ପରିବାର ଉପରେ ସର୍ଭେ କରିଥିଲେ ଏବଂ ଦାରିଦ୍ର‌୍ୟ, ଶିକ୍ଷା, ବିଦ୍ୟୁତ୍‌ , ଜଳ ନିଷ୍କାସନ ଭଳି ସମସ୍ୟା ବିଷୟରେ ସୂଚନା ସଂଗ୍ରହ କରିଥିଲେ । ଡିଜିଟାଲ୍‌ ପେମେଂଟ ବିଷୟରେ ସେମାନେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ । ଏହା ସହ ବାଳିକାମାନଙ୍କୁ ଶିକ୍ଷା ମାଧ୍ୟମରେ ମାସିକ ଋତୁସ୍ରାବ ଏବଂ ଲିଙ୍ଗଗତ ସମାନତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଦ୍ୱିତୀୟ ଦିନରେ ସେମାନେ ସ୍ୱଚ୍ଛତା ଓ ଜଙ୍ଗଲ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିଥିଲେ । ବିଶ୍ୱଜଳ ଦିବସ ଅବସରରେ ଗ୍ରାମବାସୀଙ୍କ ସହାୟତାରେ ଗାଁ ପୋଖରୀକୁ ସଫା କରିଥିଲେ । ଶେଷ ଦିନରେ ବିଶ୍ୱବିଦ୍ୟାଳୟର ଅଗ୍ନି ନିରାପତା ଦଳ ତଥା ସୋଆର ଅଗ୍ନିଶମ ଅଧିକାରୀ ଶ୍ରୀ ଆର୍ତତ୍ରାଣ ବସ୍ତିଆ ଓ ଅଗ୍ନିଶ୍ରମ ଓ ନିରାପତା ପର୍ଯ୍ୟବେକ୍ଷକ ଶ୍ରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଅଗ୍ନି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେହିପରି ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀଙ୍କ ତତ୍ୱାବଧାନରେ ମାର୍ଚ୍ଚ ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗାରପଡା ଗ୍ରାମରେ ଏକ ଶିବିରର ଆୟୋଜନ କରାଯାଇଥିଲା । ପ୍ରଥମ ଦିନରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ଗ୍ରାମରେ ଏକ କ୍ଷୁଦ୍ର ସର୍ବେକ୍ଷଣ କରିଥିଲେ ଓ ପ୍ରାଣୀ ଚିକିତ୍ସା, ପ୍ରାଥମିକ ଚିକିତ୍ସା ତଥା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ବିଷୟରେ ଗ୍ରାମବାସୀଙ୍କୁ ବିସ୍ତାର ଭାବରେ ବୁଝାଇଥିଲେ ।

ଦ୍ୱିତୀୟ ଦିନରେ ସେମାନେ ବିଦ୍ୟାଳୟ ପରିସର ଓ ଗ୍ରାମ ଅଚଂଳକୁ ପରିଷ୍କାର କରି ସମସ୍ତଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଇଥିଲେ । ତୃତୀୟ ଦିନରେ ସେମାନେ ଗ୍ରାମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ଏକ ପାରସ୍ପରିକ ଆଦାନ ପ୍ରଦାନ ଅଧିବେଶନର ବ୍ୟବସ୍ଥା କରିଥିଲେ । ଶ୍ରେଣୀ ଗୃହ ଭିତରେ ଖେଳ, ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୌର୍ଯ୍ୟ ରଂଜନ ଦାସଙ୍କ ତତ୍ୱାବଧାନରେ କଂଟାବାଡ ଗ୍ରାମରେ ସେମାନଙ୍କର ସ୍ୱତନ୍ତ୍ର ଶିବିର ମାର୍ଚ୍ଚ ୨୪ ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଏବଂ ଯତ୍ନ ବିଷୟରେ ସେମାନେ ପ୍ରାଥମିକ ଯାଂଚ କରିଥିଲେ ।

ଏହି ଶିବିରରେ ୫୦ ରୁ ଉଦ୍ଧ୍ୱର୍ ଏମ୍‌.ବି.ବି.ଏସ୍‌ ଛାତ୍ରଛାତ୍ରୀ ଯୋଗଦାନ କରିବା ସହିତ ଶିଶୁ ବିଭାଗର ଡାକ୍ତର ଅମିର ଅଲ୍ଲି, ମେଡିସିନ୍‌ ବିଭାଗର ଡାକ୍ତର ଅନ୍‌ମୋଲ ସାହୁ ଏବଂ କମ୍ୟୁନିଟି ମେଡିସିନ୍‌ ବିଭାଗର ଡାକ୍ତର ରିତ୍ୟୁକ୍‌ ମିଶ୍ର ଏହାକୁ ପରିଚାଳନା କରିଥିଲେ ।
ବ୍ୟକ୍ତିଗତ ସ୍ୱଚ୍ଛତା, ଯତ୍ନ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରରେ ଗ୍ରାମବାସୀଙ୍କ ମଧ୍ୟରେ ବହୁ ପରିମାଣରେ ରୋଗ ନିରାକରଣ ପାଇଁ ସଚେତନତାର ବାର୍ତା ପ୍ରଚାର କରାଯିବା ସହିତ ବହୁ ମାତ୍ରାରେ ରୋଗ ବିଷୟରେ ପରାମର୍ଶ ଦିଆଯାଇଥିଲା । ଏହି ଶିବିର ଆୟୋଜନ ଦ୍ୱାରା ଗ୍ରାମରେ ବାସ କରୁଥିବା ବହୁ ବୃଦ୍ଧାମାନେ ଉପକୃତ ହୋଇଛନ୍ତି । ଗ୍ରାମବାସୀଙ୍କର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା । ସୋଆ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପ୍ରଫେସର ନଚିକେତା କେ. ଶର୍ମାଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳନା କରାଯାଇଥିବା ବେଳେ ଓ ଏସ୍‌ଏଚ୍‌ଏମ୍‌ର ପ୍ରୋଗ୍ରାମ୍‌ ଅଫିସର ଶ୍ରୀମତି ମଉ ରୟ ତଥା ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଶିବ ପଟ୍ଟନାୟକ ଏହି ଶିବିର ପରିଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର