PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସୋଆ କପ୍‌ କ୍ରୀଡ଼ା ପ୍ରତିଯୋଗିତା: ସ୍କାଏମୁନ୍‌, ଲିପ୍ସାଙ୍କ ବାଜିମାତ୍‌

ଭୁବନେଶ୍ୱର, ୨ ।୨ (ବ୍ୟୁରୋ) : ସୋଆ କପ୍‌ କ୍ରୀଡ଼ା ପ୍ରତିଯୋଗିତାରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ସ୍କାଏମୁନ୍‌ ମଲ୍ଲିକ ଏବଂ ଲିପ୍ସା ଦାସ ଉଭୟ ପୁରୁଷ ଏବଂ ମହିଳାରେ ଚାମ୍ପିଅନ୍‌ ହୋଇଛନ୍ତି ।
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସ (ଆଇଏଏସ୍‌) ଚାମ୍ପିଅନ୍‌ ଟ୍ରଫି ହାସଲ କରିଥିବା ବେଳେ ଆଇଟିଇଆର୍‌ର କମ୍ପ୍ୟୁଟର୍‌ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ରନର୍ସ ଅପ୍‌ ଟ୍ରଫି ହାସଲ କରିଛି । ଜାନୁଆରୀ ୧୦ ତାରିଖରୁ ୩ ସପ୍ତାହ ବ୍ୟାପୀ ଚାଲିଥିବା ସୋଆ କପ୍‌ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ସୋଆର ସମସ୍ତ ୯ଟି ଯାକ ଶିକ୍ଷା ଅନୁଷ୍ଠାନ ଭାଗ ନେଇଥିଲେ ।
ମଲ୍ଲିକ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଦୌଡ଼, ୧୦୦ଙ୍ଘ ୪ ମିଟର ରିଲେ ଏବଂ ଲଙ୍ଗ୍‌ ଜମ୍ପ୍‌ରେ ବିଜେତା ହୋଇଥିଲେ । ଆଇଟିଇଆର୍‌ର ଆଶୁତୋଷ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ମହିଳାରେ ଆଇଟିଇଆର୍‌ର ଲିପ୍ସା ଦାସ ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ଼ ଏବଂ ୧୦୦ଙ୍ଘ ୪ ମିଟର ରିଲେ ବିଜେତା ହୋଇ ମହିଳା ବିଭାଗରେ ଚାମ୍ପିଅନ୍‌ ହୋଇଥିଲେ । ଆଇଟିଇଆର୍‌ ସୋନାଲି ଦାସ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଏବଂ ବିଶିଷ୍ଟ ଚେସ୍‌ ଖେଳାଳି ସୌମ୍ୟ ରଞ୍ଜନ ମିଶ୍ର ସୋଆ କପ୍‌ ସ୍ପୋର୍ଟ୍ସ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ ଡ. ପୁଷ୍ପରାଜ ସାମନ୍ତସିଂହାର, ଛାତ୍ର ମଙ୍ଗଳ ଡିନ୍‌ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ସ୍ପୋର୍ଟ୍ସ ଅଫିସର ସୁନିତା ବର୍ମା ଉପସ୍ଥିତ ଥିଲେ ।
ଫୁଟବଲ୍‌ ଫାଇନାଲ୍‌ରେ ସୋଆ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ ସଫ୍‌ଟୱେୟାର ସାଇନ୍‌ସ ଇଞ୍ଜିନିୟରିଂ ବିଭାଗକୁ ହରାଇ ଚାମ୍ପିଅନ୍‌ ହୋଇଥିଲା । ପୁରୁଷ କ୍ରିକେଟରେ ସିଏସ୍‌ଇ ଆଇଏମ୍‌ଏସକୁ ୧୮ ରନ୍‌ରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିବା ବେଳେ ସମ୍‌ ନର୍ସିଂ କଲେଜ ମହିଳା କ୍ରିକେଟ ଫାଇନାଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସକୁ ପରାସ୍ତ କରିଥିଲା ।
ସୋଆ କପ୍‌ରେ ବାସ୍କେଟବଲ୍‌, ଭଲିବଲ୍‌, ଟେନିସ୍‌, ଟେବୁଲ୍‌ ଟେନିସ୍‌, ବ୍ୟାଡମିଣ୍ଟନ, ସଫ୍‌ଟ ବଲ୍‌, ଥ୍ରୋବଲ୍‌ , କବାଡି ଏବଂ ଚେସ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଇଟିଇଆର୍‌ କଲେଜର ଅଭିଷେକ ରଞ୍ଜନ ଗୁପ୍ତା, ଆଶିଷ ପଣ୍ଡାକୁ ପଛରେ ପକାଇ ବେଷ୍ଟ ଫିଜିକ୍‌ କ୍ରାଉନ୍‌ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର