ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ

ଭୁବନେଶ୍ୱର ୫/୬: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ସୋମବାର ନୂଆଦିଲ୍ଲୀଠାରେ ଏହି ରାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ରାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି । ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି । ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି । ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ । ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି । ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା । ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି ।

{"id":548827,"sizeSlug":"full","linkDestination":"none"}

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା । ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି । ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି । ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ ।

ନଜର ପକାନ୍ତୁ ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ

ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.