PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଏନ୍‌ଆଇଆର୍‌ଏଫ୍‌ ର‌୍ୟାଙ୍କିଂ ତାଲିକା, ସୋଆ ପୁଣି ୧ ନମ୍ବର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମଡ୍‌ ଟୁ ବି ୟୁନିଭରସିଟି) ପୁଣି ରାଜ୍ୟରେ ଏକ ନମ୍ବର ଶିକ୍ଷାନୁଷ୍ଠାନର ସ୍ଥାନ ବଜାୟ ରଖିଛି । ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଂ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ତାଲିକାରୁ ଏହି ସୂଚନା ମିଳିଛି । ସୋଆ ଲଗାତର ୪ ବର୍ଷ ହେବ ଏହି ମାନ୍ୟତା ବଜାୟ ରଖିଛି । ସେହିପରି ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ଗତଥର ଭଳି ପୁଣି ୨୪ ନମ୍ବର ସା୍ଥନ ବଜାୟ ରଖିଛି । ସୋଆ ସାମଗ୍ରିକ ଭାବେ (ଓଭରଅଲ୍‌) ଶିକ୍ଷାନୁଷ୍ଠାନ ତାଲିକାରେ ଭୁବନେଶ୍ୱର ଆଇଆଇଟି, ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ଭଳି ବହୁ ସରକାରୀ ବିଶ୍ୱବିଦ୍ଯାଳୟକୁ ପଛରେ ପକାଇଛି ।

ସୋମବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଏନ୍‌ଆଇଆରଏଫ୍‌ ଶିକ୍ଷାନୁଷ୍ଠାନ ର‌୍ୟାଙ୍କିଂ ତାଲିକା ଜାରି କରାଯାଇଛି । ଯାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିଛନ୍ତି । ର‌୍ୟାଙ୍କିଂ ତାଲିକାରେ ସୋଆ, ବିଶ୍ୱବିଦ୍ୟାଳୟ ବର୍ଗରେ ୨୪ ନମ୍ବର ସ୍ଥାନରେ ଥିବାବେଳେ ଓଭରଅଲ୍‌ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶର ୪୧ ନମ୍ବର ସ୍ଥାନରେ ରହିଛି । ସେହିପରି ସୋଆ ଦ୍ୱାରା ପରଚାଳିତ ଆଇଏମଏ୍‌ସ ଓ ସମ୍ ହସ୍ପିଟାଲ୍‌ ମଧ୍ୟ ସମଗ୍ର ଦେଶରେ ୨୧ ନମ୍ବର ସ୍ଥାନରେ ଥିବାବେଳେ ପୂର୍ବାଞ୍ଚଳରେ ୧ ନମ୍ବର ମେଡିକାଲ୍‌ କଲେଜ ହୋଇପାରିଛି ।

ସୋଆ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଘରୋଇ ଡିମଡ୍‌ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିବା ସହିତ ଏହା ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ଯୁଟ୍ ଅଫ୍‌ ଟେକ୍ନିକାଲ୍‌ ଏଜୁକେଶନ୍‌ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର୍‌) ଚଳିତ ବର୍ଷ ପ୍ରଥମ ଥର ପାଇଁ ର‌୍ୟାଙ୍କିଂ ପ୍ରକ୍ରିୟାରେ ଭାଗ ନେଇ ଦେଶରେ ୩୨ତମ ସ୍ଥାନ ହାସଲ କରିପାରିଛି । ଏହା ବ୍ୟତୀତ ଘରୋଇ ଡିମଡ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ସୋଆର ଆଇଟିଇଆର୍‌ ପୂର୍ବାଞ୍ଚଳରେ ୧ ନମ୍ବର ମାନ୍ୟତା ହାସଲ କରିଛି ।

ଉଲ୍ଲେଖଯୋଗ୍ୟ ୨୦୦୭ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦ୍ୱାରା ସୋଆ ‘ଡିମଡ ଟୁ ବି ୟୁନିଭର୍ସିଟି’ ମାନ୍ୟତା ପାଇଥିବା ବେଳେ ଏନ୍‌ଆଇଆରଏଫ୍‌ ର‌୍ୟାଙ୍କିଂରେ ୨୦୧୬ ଠାରୁ ଲଗାତାର ୪ ବର୍ଷ ଧରି ଓଡିଶାରେ ଏକ ନମ୍ବର ବିଶ୍ୱବିଦ୍ଯାଳୟର ମାନ୍ୟତା ପାଇଆସୁଛି । ୨୦୧୮ରେ ସୋଆ ୪୯.୫୯ ସ୍କୋର ହାସଲ କରିଥିବା ବେଳେ ଚଳିତବର୍ଷ ୫୦.୩୧ ସ୍କୋର ହାସଲ କରିଛି । ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍) ସୋଆକୁ ୩ଟି ପାଠ୍ୟକ୍ରମ ପାଇଁ ସର୍ବଶ୍ରେଷ୍ଠ ଗ୍ରେଡ୍‌ ପ୍ରଦାନ କରିଛନ୍ତି । ସୋଆର ଇଞ୍ଜନିୟିରିଂ ପାଠ୍ୟକ୍ରମ ଆମେରିକାସ୍ଥିତ ଏକ୍ରିଡେସନ୍‌ ବୋର୍ଡ ଫର୍‌ ଇଞ୍ଜନିୟିରିଂ ଆଣ୍ଡ ଟେକ୍ନୋଲୋଜି(ଆବେଟ୍‌)ର ମାନ୍ୟତା ହାସଲ କରିଛି । ସୋଆର ୯ଟି ଶିକ୍ଷାନୁଷ୍ଠାନ ଅଧୀନରେ ବର୍ତ୍ତମାନ ୮୯ଟି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି । ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ଭେଷଜ, ଦନ୍ତ ଚିକିତ୍ସା, ମ୍ୟାନେଜମେଣ୍ଟ ସାଇନେସ୍ସ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ, ହସ୍ପିଟାଲ୍‌ ପ୍ରଶାସନ, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନେସ୍ସ, ଜୈବପ୍ରଯୁକ୍ତି ବିଜ୍ଞାନ(ବାୟୋଟେକ୍ନୋଲୋଜି), ଆଇନ ପାଠ୍ୟକ୍ରମ(ଲିଗାଲ୍ ଷ୍ଟଡିଜ୍) ଓ କୃଷି ଆଦି ପାଠ୍ୟକ୍ରମ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର