ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ରାଜ୍ୟର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ । ସଦ୍ୟ ପ୍ରକାଶିତ ଆଉଟଲୁକ୍ ଓ ଆଇକେୟାର୍ ଇଣ୍ଡିଆ ୟୁନିଭର୍ସିଟି ର୍ୟାଙ୍କିଂରେ ସୋଆ ଏହି ମାନ୍ୟତା ( ୧ ନମ୍ବର) ହାସଲ କରିଛି । ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଂ ଫ୍ରେମୱର୍କ (ଏନ୍ଆଇଆର୍ଏଫ୍) ବି ସୋଆକୁ ଅନୁରୂପ ମାନ୍ୟତା ଦେଇଛି ।
ଗୁଣାତ୍ମକ ଶିକ୍ଷାଦାନ ଓ ଉଚ୍ଚକୋଟିର ଗବେଷଣାର ତୁଳନାତ୍ମକ ଆକଳନ କରି ଆଉଟଲୁକ୍ ଓ ଆଇକେୟାର ଦେଶର ଶ୍ରେଷ୍ଠ ୫୦ଟି ଡିମ୍୍ଡ ଟୁ ବି ୟୁନିଭର୍ସିଟିକୁ ର୍ୟାଙ୍କ୍ ଦେଇଛି । ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍(ଆଇଆଇଏସ୍ସି) ୧ ନମ୍ବର ସ୍ଥାନରେ ଥିବା ବେଳେ ଜାତୀୟ ସ୍ତରରେ ଶିକ୍ଷା ଓ ଅନୁସନ୍ଧାନ ୧୫ ତମ ଏବଂ ରାଜ୍ୟର ଏକ ନମ୍ବର ସ୍ଥାନରେ ରହିଛି ।
ଦେଶର ବହୁ ନାମୀ ଦାମୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇଛି ସୋଆ । ରାଉରକେଲା ନାସ୍ନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅ୍ ଟେକ୍ନୋଲୋଜି (ଏନ୍ଆଇଟି) ୧୬ ନମ୍ବର ଏବଂ କିଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟି ୧୭ ନମ୍ବରରେ ରହିଛି । ଛାତ୍ର-ଅଧ୍ୟାପକ ଅନୁପାତ, ଅଧ୍ୟାପକଙ୍କ ପିଏଚ୍ଡି ଓ ପେପର୍ ପବ୍ଲିକେସନ୍ ହାର, ପେପର୍ ପିଛା ସାଇଟେସନ୍, କେତେ ଜଣଙ୍କର ପେପର ଅନୁପାତ ଭଳି ବିଭିନ୍ନ ମାନଦଣ୍ଡକୁ ବିଶ୍ଲେଷଣ କରି ଏହି ର୍ୟାଙ୍କ୍ ନିର୍ଦ୍ଧାରଣ କରାଯାଇଛି । ସୋଆକୁ ସାମଗ୍ରିକ ସ୍କୋର୍ ମିଳିଛି ୭୬.୮୦ । ଜାତୀୟ ସ୍ତରରେ ଏକ ନମ୍ବରରେ ଥିବା ଆଇଆଇଏସ୍ସିକୁ ୯୬.୦୮ ମିଳିଛି । ଖ୍ୟାତନାମା ପ୍ରତଷ୍ଠାନ ହୋମି ଭାବାକୁ ୮୦.୦୪ ନମ୍ବର ମିଳିଥିବା ବେଳେ ଟାଟା ଇନ୍ଷ୍ଟିଟ୍ୟୁଟ୍ ଅ୍ ସୋସିଆଲ୍ ସାଇନ୍ସ ୭୯.୦୧ ନମ୍ବର ପାଇଛି ।