PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବିମାନରେ ସିଗାରେଟ୍,ରାସ୍ତା ମଝିରେ ମଦ ପିଇବା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଜେଲ୍‌ ଯାଇପାରନ୍ତି ବବି କଟରିୟା

ନୂଆଦିଲ୍ଲୀ,୧୨।୮: ୟୁଟ୍ୟୁବର ଓ ବଡି ବିଲ୍ଡର ବବି କଟାରିୟା ଓରଫ୍ ବଲଓ୍ବନ୍ତ କଟାରିୟାଙ୍କ ବିବାଦ ସହିତ ପୁରୁଣା ସମ୍ପର୍କ ରହିଛି। ତାଙ୍କର ବହୁ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଦେଖିସାରିଥିବେ। ସାଇସଜେଟ୍ର ବିମାନରେ ସିଗାରେଟ୍ ପିଇବାର ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ ହେବାପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସେଭଳି ଉତ୍ତରାଖଣ୍ଡ ଡେରାଡୁନ୍ର ମଝି ରାସ୍ତାରେ ଚେୟାର-ଟେବଲ ପକାଇ ମଦ ପିଇବା ଓ ଖୁବ୍ ସ୍ପିଡ୍‌ରେ ବୁଲେଟ୍ ଚଳାଇବା ନେଇ ପୋଲିସ ମାମଲା ରୁଜୁ କରିଛି।

ଯାତ୍ରୀଙ୍କୁ ବିମାନରେ ଲାଇଟର ନେବାକୁ କିମ୍ବା ଧୂମପାନ କରିବାକୁ ଅନୁମତି ମିଳିନଥାଏ, କିନ୍ତୁ ଭାଇରାଲ ଭିଡିଓରେ ବବି କଟାରିୟା ସିଗାରେଟ୍ ପିଉଛନ୍ତି। ଗୁରୁବାର ଟ୍ବିଟରରେ ଏହି ଭିଡିଓ ପୋଷ୍ଟ ହେବାପରେ ସିନ୍ଧିଆ ଏହି ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏଭଳି ଘଟଣାକୁ ସହ୍ୟ କରାଯିବନି ବୋଲି ସେ କହିଛନ୍ତି।

ବବି କଟାରିୟା ବିମାନ ଭିତରେ ସିଗାରେଟ୍ ପିଇବା ସମୟର ଭିଡିଓ ପରେ ଏବେ ମଝି ରାସ୍ତାରେ ତାଙ୍କ ମଦ ପିଇବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ପରେ ଉତ୍ତରାଖଣ୍ଡ ପୋଲିସ ଏକ ଟ୍ବିଟ୍ କରିଛି। ରାସ୍ତା ଉପରେ ବସି ବବି ମଦ ପିଇବା ଭିଡିଓ ଭାଇରାଲ ହେବାପରେ କିଛି ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ବବି କଟାରିୟାଙ୍କ ବିରୋଧରେ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ବବିଙ୍କ ବିରୋଧରେ ଆଇପିସିର ଧାରା ୨୯୦, ୩୩୬, ୩୪୨ ଓ ଆଇପିସିର ଧାରା ୫୧୦ ଅନୁସାରେ ମାମଲା ରୁଜୁ କରାଯାଇଛି। ସେଭଳି ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଜେଲ୍ ଓ ଜରିମାନା ଦଣ୍ଡ ରହିଛି।

ସମ୍ବନ୍ଧିତ ଖବର