ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ତଥା ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ ବର୍ତ୍ତମାନ କାମ କରିବା ବନ୍ଦ କରିଦେଇଛି। ଗୋଟିଏ ଦିନରେ ଏପରି ତିନିଥର ବନ୍ଦ ହୋଇଯାଇଛି ଏହି ସାମାଜିକ ଗଣମାଧ୍ୟମ। ସମଗ୍ର ବିଶ୍ୱରେ ଥିବା ଏହି ସାମଜିକ ଗଣମାଧ୍ୟମର ଲାକ୍ଷାଧିକ ୟୁଜର ବର୍ତ୍ତମାନ ଏହାକୁ ଚଳାଇବାରେ ଅସୁବିଧାର ସମ୍ମୁଖିନ ହୋଇଛି। ଏହିଭଳି ଆଉଟରେଜ ସମ୍ୱଦ୍ଧରେ ତଥ୍ୟ ଦେଉଥିବା ସଂସ୍ଥା ଡାଉନଡିଟେକ୍ଟର ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଭାରତୀୟ ସମୟ ୩ଟା ୩୦ ମନିଟ ସମୟରେ ଏହି ସାମାଜିକ ଗଣମାଧ୍ୟମରେ ପ୍ରଥମ ଥର ଅସୁବିଧା ପରିଲକ୍ଷିତ ହୋଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ  ସଂନ୍ଧ୍ୟା ୭ଟାରେ ଏହି ଅସୁବିଧା ଆଉଥରେ ପରିଲକ୍ଷିତ ହୋଇଥିଲା। କିଛି ସମୟ ପରେ ଏହା ଠିକ ହୋଇଯାଇଥିଲା। କିନ୍ତୁ ଫୁଣି ଥରେ ସଂନ୍ଧ୍ୟା ୮ଟା ୪୪ମିନିଟରେ ଏହି ଅସୁବିଧା ପରିଲକ୍ଷିତ ହେଇଥିଲା। ଯେଉଁଥି ପାଇଁ ବିଶ୍ୱର ବିଭିନ୍ନ କୋଣରେ ଥିବା ଏକ୍ସ ୟୁଜର ମାନେ ଏହି ଆପ୍ ବ୍ୟବହାରରେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। 

ଏହି ପ୍ରକାରର ଅସୁବିଧା ସାଧାରଣତଃ କେତେକ ନିର୍ଦ୍ଧିଷ୍ଟ ଦେଶରେ ବହୁଳ ପରିମାଣରେ ଦେଖିବାକୁ ମିଳିଛି। ଯେଉଁଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ କାନାଡାର ୟୁଜର ମାନେ ଅତ୍ୟଧିକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ୪ ଲକ୍ଷରୁ ଅଧିକ ୟୁଜର୍ସ ଏନେଇ ଅଭିଯୋଗ ଆଣିଛନ୍ତି। ତେବେ ଏହି ସାମଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ୟୁଜର୍ସମାନଙ୍କ ମଧ୍ୟରୁ ପ୍ରାୟ ୫୬ ପ୍ରତିଶତ ଲୋକ ଅସୁବାଧାର ସମ୍ମୁଖିନ ହୋଇଛନ୍ତି ବୋଲି ଡାଉନଡିଟେକ୍ଟରର ରିପୋର୍ଟରେ ପ୍ରକାଶ ପାଇଛି। 

ଅନେକ ଉପଭୋକ୍ତା, ଯେଉଁମାନେ ସାଧାରଣତଃ ଏକ୍ସ ମାଧ୍ୟମରେ ଇନଷ୍ଟା କିମ୍ବା ଫେସବୁକ ଭଳି ଅନ୍ୟ ପ୍ଲାଟଫର୍ମଗୁଡ଼ିକର ବ୍ୟବହାର କରିଥାନ୍ତି ସେମାନଙ୍କୁ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏକ୍ସ କାମକରିବା ବନ୍ଦ କରିଦେବା ପରେ ଅନେକ ଲୋକ ଚିନ୍ତା ପ୍ରକାଶ କରଛନ୍ତି। ସର୍ଭର ଡାଉନ ଥିବାରୁ ଅନେକ ୟୁଜର୍ସ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଏକ୍ସ ଏହି ଅସୁବିଧାକୁ ସ୍ୱୀକାର କରିବା ସହ ଏହାର ପ୍ରତିକାର ଉପରେ କାମ ଜାରି ରଖିଛି।