ସମାଜସେବୀ ଅମ୍ରିତା ସାହୁଙ୍କୁ ପଞ୍ଚାୟତ କନ୍ୟାରତ୍ନ ସମ୍ମାନରେ ସମ୍ମାନିତ

ସୁକିନ୍ଦା,୨୫।୧ କୁସଂସ୍କାର , ଅନ୍ଧ ବିଶ୍ବାସ ବାଲ୍ୟବିବାହ ଓ ନାରୀ ଶିକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ସମାଜସେବୀ ଅମ୍ରିତା ସାହୁଙ୍କୁ ପଞ୍ଚାୟତ କନ୍ୟାରତ୍ନ ସମ୍ମାନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ପରିଡ଼ା ସମ୍ମାନିତ କରିଛନ୍ତି। ଏଥିସହ ଅମ୍ରିତାଙ୍କ ଏହି ନିସ୍ୱାର୍ଥପର ସେବା ପାଇଁ ଜାତୀୟ କନ୍ୟା ରତ୍ନ ସମ୍ମାନ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।ସେହିପରି ସପ୍ତମ ଶ୍ରେଣୀର ଛାତ୍ର ଚିନ୍ମୟ କୁମାର ନାୟକଙ୍କୁ ସରପଞ୍ଚ ସମ୍ମାନିତ କରିବା ସହ ତାଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ପୋଖରୀରେ ଗାଧୋଇବା ସମୟରେ ଦୁଇ ସାଥୀ ବୁଡି ଯାଇଥିବା ଅବସ୍ଥାରେ ଉପସ୍ଥିତ ବୁଦ୍ଧି ଓ ସାହସ ଲଗାଇ ଚିନ୍ମୟ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।