PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସୂର୍ଯ୍ୟ ପୃଷ୍ଠରେ ପହଁରୁଛି ସାପ ! ମହାକାଶର ଏହି ଘଟଣା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଲଣ୍ଡନ – ମହାକାଶ ସର୍ବଦା ଲୋକଙ୍କ ପାଇଁ ଯେତିକି ଆଶ୍ଚର୍ଯ୍ୟକର ସେତିକି ରହସ୍ୟପୂର୍ଣ୍ଣ ବିଷୟ ହୋଇ ରହିଛି। ଚନ୍ଦ୍ର-ତାରାଙ୍କର ଗତିବିଧି ଲୋକଙ୍କର ଖୁବ୍ ଧ୍ୟାନ ଆକର୍ଷଣ କରିଥାଏ। ସୂର୍ଯ୍ୟ ପୃଷ୍ଠର ଏମିତି ଏକ ଗତିବିଧି ବିଷୟରେ ଜଣାପଡ଼ିଛି। ଯାହାକି ଖୁବ୍‌ କୌତୁହଳପୂର୍ଣ୍ଣ ଓ ଆଶ୍ଚର୍ଯ୍ୟକର। ୟୁରୋପିଆନ ସ୍ପେସ୍‌ ଏଜେନ୍ସି ସୂର୍ଯ୍ୟର ଏକ ଆଶ୍ଚର୍ଯ୍ୟକର ଫୁଟେଜ ଜାରି କରିଛି। ଏହି ଫୁଟେଜରେ ସାପ ଭଳି ଏକ ଆକୃତି ସୂର୍ଯ୍ୟ ପୃଷ୍ଠରେ ଯାଉ ଥିବାର ନଜର ଆସୁଛି। ଏହାକୁ ସୋଲର ସ୍ନେକର ନାମ ଦିଆଯାଇଛି। ୟୁରୋପିଆନ ସ୍ପେସ ଏଜେନ୍ସିର କହିବାନୁସାରେ, ଏହି ଘଟଣା ୫ ଡିସେମ୍ୱରରେ ଘଟିଛି।

ସୂର୍ଯ୍ୟ ପୃଷ୍ଠରେ ଏହି ସର୍ପାକାର ଆକୃତି ବିଷୟରେ ଦିଆଯାଇ ଥିବା ସୂଚନାରେ କୁହାଯାଇଛି କି, ଏହା ସୂର୍ଯ୍ୟର ବାୟୁମଣ୍ଡଳର ଆଖପାଖର ଗରମ ପ୍ଲାଜମାରେ ଚୁମ୍ୱକୀୟ କ୍ଷେତ୍ର ଦ୍ୱାରା ଛଡ଼ା ଯାଇଥିବା ଥଣ୍ଡା ପ୍ଲାଜମାର ଟ୍ୟୁବ୍‌। ଏହି ପ୍ଲାଜମା ସେତେବେଳେ ସୃଷ୍ଟି ହେବାର ଆରମ୍ଭ ହୋଇଥାଏ , ଯେବେ ଗ୍ୟାସ ବହୁତ ଗରମ ହୋଇ ଏକ ନିଶ୍ଚିତ ତାପମାତ୍ରାରେ ପହଞ୍ଚିଯାଏ। ଏହି ତାପମାତ୍ରାରେ ଏହା କଣିକାକୁ ଛାଡିବା ଆରମ୍ଭ କରି ଦେଇଥାଏ । ଏହା ବିଜୁଳି ଶକ୍ତି ଯୁକ୍ତ ଓ ଚୁମ୍ୱକୀୟ କ୍ଷେତ୍ର ପାଇଁ ଅତିସମ୍ୱେଦନଶୀଳ ହୋଇଥାଏ। ଉଲ୍ଲେଖନୀୟ ଯେ, ସୂର୍ଯ୍ୟର ବାୟୁମଣ୍ଡଳରେ ସବୁ ଗ୍ୟାସ ପ୍ଲାଜମା ଅଛି , କାରଣ ତାପମାତ୍ରା ଏକ ମିଲିୟନ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ଯାଏ ପହଞ୍ଚି ଯାଏ।

ୟୁରୋପିଆନ ସ୍ପେସ୍‌ ଏଜେନ୍ସିର ଭିଡ଼ିଓ ସୋଲର ଅର୍ବିଟର ଉପରେ ଲାଗିଥିବା ଏକ୍ସଟ୍ରିମ୍‌ ଅଲଟ୍ରାଭାଓଲେଟ୍‌ ଇମେଜରୁ ସୂର୍ଯ୍ୟର ଫଟୋରେ ଟାଇମ୍‌-ଲେପ୍ସରେ ତିଆରି କରାଯାଇ ଥିଲା । ଏହାକୁ ୧୨ ଅକ୍ଟୋବରେ କରାଯାଇ ଥିଲା, ଯେବେ ତାହା ସୂର୍ଯ୍ୟର ଖୁବ୍‌ ପାଖରୁ ଫଟୋ ଉଠାଇ ଥିଲା। ସାପ ଭଳି ଏହି ଫଟୋ ସୂର୍ଯ୍ୟର ମାଗ୍ନେଟିକ ଫିଲ୍ଡରେ ଏକ ଲମ୍ୱା ଫିଲାମେଣ୍ଟ ସହ ଯାତ୍ରା କରୁଛି , ଯାହା ଏହାର ଗୋଟେପଟୁ ଅନ୍ୟପଟକୁ ଯାଉଛି । ବ୍ରିଟେନ୍‌ରେ ମୁଲର୍ଡ ସ୍ପେସ୍‌ ସାଇନ୍ସ ଲାବରେଟୋରୀର ଡାକ୍ତର ଡେଭିଡ୍‌ ଲାଙ୍ଗ୍‌ କହିଛନ୍ତି କି ପ୍ଲାଜମା ଗୋଟେ ପଟରୁ ଅନ୍ୟପଟକୁ ଯାଇଥାଏ , କିନ୍ତୁ ମାଗ୍ନେଟିକ୍ ଫିଲ୍ଡ ଘୂରିବୁଲେ ।