ରାଉରକେଲା,୧୪/୦୬: ଆଇଇଡି ବିସ୍ଫୋରଣରେ ଗୁରୁତର ହୋଇଥିଲେ ୧୩୪ ବାଟାଲିୟନର ଏଏସଆଇ ସତ୍ୟବାନ ସିଂହ । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ସରଣ୍ଡାକୁ ଲାଗି ରହିଥିବା ବାଙ୍କୋ ଜଙ୍ଗଲରେ ଶନିବାର ଭୋର ସମୟରେ ଯବାନମାନେ ଚଳାଇଥିଲେ କମ୍ବିଂ ଅପରେସନ। ଏହି ଅପରେସନ ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୧୩୪ ବାଟାଲିୟନର ଏଏସଆଇ ସତ୍ୟବାନ ସିଂହ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସହିଦ ଯବାନଙ୍କ ମୃତଦେହ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଛି। ସହିଦ ଯବାନଙ୍କ ଘର ଉତ୍ତରପ୍ରଦେଶ ବୋଲି ପୋଲିସ ସୂଚନା ଦେଇଛି।