ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୀମାନ୍ତରେ ପ୍ରେସର ବୋମା ଉଦ୍ଧାର , ଯବାନଙ୍କୁ ଟାର୍ଗେଟ କରି ପୋତିଥିଲେ

Published By : Suraj Kumar | March 2, 2025 10:59 PM

ମାଲକାନଗିରି, ୨।୩(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ତଲାସି ଅଭିଯାନ ବେଳେ ଏକ ପ୍ରେସର ବୋମା ଯବାନ ଠାବ କରିଛନ୍ତି । ପରେ ଏହାକୁ ଯବାନ ନିଷ୍କ୍ରିୟ କରିଥିଲେ। ସୁକୁମା ଜିଲ୍ଲାର ରାଇଗୁଟ୍ଟା ପାହାଡ଼ ନିକଟରେ ମାଓ ଦମନ ନିମନ୍ତେ ସିଆରପିଏଫର ଯବାନ ମାନେ ବାହାରିଥିଲେ। ଏହି ସମୟରେ ଯବାନ ମାନେ ମାଓବାଦୀ ଖଞ୍ଜିଥିବା ଏକ ପ୍ରେସର ବୋମାକୁ ଠାବ କରିଥିଲେ। ବୋମାଟିର ଓଜନ ପ୍ରାୟ ୫ କିଲୋଗ୍ରାମ ରହିଥିବା ବେଳେ ଆଇଇଡିକୁ ଘଟଣାସ୍ଥଳେ ନଷ୍ଟ କରିଥିଲେ ଯବାନ ମାନେ। 

ତେବେ ଏହି ଘଟଣାର ପ୍ରାୟ ୬ ମାସ ପୂର୍ବେ ମଧ୍ୟ ସେହି ସମାନ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁଁ ଡୁବ୍ବାମାର୍କା ଗ୍ରାମର ଜଣେ ମହିଳା କାୱାସି ସୁକ୍କିଙ୍କ ମୃତ୍ୟୁ ହୋଇଥିଲା। ତେବେ ବୋମାଟିକୁ ନିଷ୍କ୍ରିୟ ପରେ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.