ପାଟଣା,୧।୧ : ନବବର୍ଷରେ ଅଘଟଣ । ବାଇକ୍   ପାଇଁ ମା’ ଟଙ୍କା ନ ଦେବାରୁ   ଜୀବନ ହାରିଲା ନାବାଳକ ପୁଅ । ତୁରୁମୁଙ୍ଗା ଥାନା ଦାଶରଥିପୁର ବନ୍ଧ ସାହିରେ ଏଭଳି ଘଟଣା ନୂଆ ବର୍ଷରେ ଦେଖିବାକୁ ମିଳିଛି। ମୃତ ନାବାଳକ ଜଣକ ହେଲେ ରଞ୍ଜନ କୁମାର ମହାନ୍ତ ।

ତୁରୁମୁଙ୍ଗା ଥାନା ଦାଶରଥିପୁର ବନ୍ଧ ସାହିର ରଞ୍ଜନ କୁମାର ମହାନ୍ତ ବାଇକ୍ କିଣିବା ପାଇଁ ମା’ ଙ୍କୁ   ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ବେକରେ ଗାମୁଛା ଲଗାଇ ରଞ୍ଜନ ଆତ୍ମହତ୍ୟା କରିଥିଲା।  ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।