ଜଗତସିଂହପୁର: ପହିଲି ରଜରେ ବାପା ଏବଂ ସାବତ ମାଆଙ୍କୁ ମାରିଲା ପୁଅ । ଯେଉଁ ବାପା ଦିନେ କାନ୍ଧରେ ବସାଇଥିଲେ ଶେଷରେ ପୁଅର ମାରିଦେଲା । ଜଗତସିଂହପୁ ଜିଲ୍ଲା ବାଲିକୁଦା ଥାନା ଅଳାଭର ପଞ୍ଚାୟତ ତେରତାଙ୍ଗ ଗାଁରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ମୃତକ ହେଲେ ସତ୍ୟାନନ୍ଦ ପରିଡ଼ା(୬୫) ଏବଂ ଚାରୁଲତା(୪୯) ଙ୍କୁ ହତ୍ୟା କଲା ସାବତ ପୁଅ ଦିଲ୍ଲୀପ । ଡବଲ ମର୍ଡର ଘଟଣାର ତଦନ୍ତ କରୁଛି ପୁଲିସ ।

 

ମିଳିଥିବା ସୂଚନା ଅନୁସାରେ ଜମିବାଡ଼ି ବିବାଦରୁ ଏଭଳି ଘଟିଥିବା କୁହାଯାଉଛି । ପୁଅ ଦିଲ୍ଲୀପ ପରିଡ଼ା ସବୁବେଳେ ଘରେ ଝଗଡ଼ା କରୁଥିଲା । ସମ୍ପତ୍ତି ପାଇଁ ସାବତ ମାଆ ଚାରୁଲତାଙ୍କ ସହ ସବୁବେଳେ ଝଗଡ଼ା କରୁଥିଲା । ଆଜି ରଜ ରହିଥିବାବେଳେ ମଧ୍ୟ ସମ୍ପତ୍ତି ପାଇଁ ଝଗଡ଼ା ହୋଇଥିଲା । ବାପାଙ୍କ ସହ ସାବତ ମାଆଙ୍କୁ ମାରୁଥିଲା ଦିଲ୍ଲୀପ । ଆଜି ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା ଦିଲ୍ଲୀପ ।  ତେବେ ଆଜି ମଧ୍ୟ ବାପା ମଆାଙ୍କ ଆକ୍ରମଣ କରିଥିବାବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି । ସେପଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ସମସ୍ତ ଦିଗକୁ ଦୃଷ୍ଟି ଦେଇ ତଦନ୍ତ ଆରମ୍ଭ କରିଛି । ଚାରୁଲତା ସତ୍ୟାନନ୍ଦଙ୍କ ଦ୍ବିତୀୟ ପତ୍ନୀ ହୋଇଥିବାରୁ ବାପାଙ୍କ ସହ ଝଗଡ଼ା କରୁଥିଲା ବୋଲି କୁହାଯାଉଛି ।

 

ଏହାସହ ପଢ଼ନ୍ତୁ : Vaibhav Sooryavanshi: ଶ୍ରୀଲଙ୍କାରେ ବୈଭବଙ୍କର କ’ଣ ହେଲା ଅସୁବିଧା ?