PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ବିଶ୍ବର ଗୌରବଶାଳୀ ମା’,ପୁଅକୁ ୩ ଥର ମୁଖ୍ୟମନ୍ତ୍ରୀ ଓ ୨ ଥର ପ୍ରଧାନମନ୍ତ୍ରୀ ଭାବରେ ଦେଖିଲେ

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହା ମଧ୍ୟରେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ସମୟରେ ଟିଭିରେ ନରେନ୍ଦ୍ର ମୋଦିଙ୍କ ମା’ ହିରା ବା ମୋଦିଙ୍କର ଏକ ଫଟୋ ଦେଖିବାକୁ ମିଳିଥିଲା ଓ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ  ଲାଗିଛି।

ମୋଦି ଶପଥ ନେବାବେଳେ ତାଙ୍କ ମା’ ଟିଭି ତାଙ୍କୁ ଦେଖୁଥିବା ସମୟର ଏହି ଫଟୋ ସୋସିଆଲ ମିଡିଆରେ ଯୋରଦାର ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ଟିଭିରେ ମୋଦିଙ୍କୁ ଶପଥ ନେଉଥିବାର ଦେଖି ହିରା ବାଙ୍କ ଫଟୋ ଦେଖିବାକୁ ଆସିଥିଲା ଓ ସୋସିଆଲ ମିଡିଆରେ ହିରା ବାଙ୍କୁ ଦେଶର ନୁହେଁ ବଂର ବିଶ୍ବର ସବୁଠାରୁ ଭାଗ୍ୟଶାଳୀ ମାହ’ ବୋଲି କୁହାଯାଉଛି। ଯିଏକି ନିଜ ପୁଅଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ଓ ୨ ଥର ପ୍ରଧାନମନ୍ତ୍ରୀ ହେବାର ଦେଖିଛନ୍ତି।

ଉଲ୍ଲେଖନୀୟ ଯେ, ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଓ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଗତ ରବିବାର ମୋଦି ତାଙ୍କ ଗୃହନଗର ପହଁଞ୍ଚି ନିଜର ମା’ ହିରା ବା ମୋଦିଙ୍କ ଠାରୁ ଆର୍ଶିବାଦ ନେଇଥିଲେ, ଯାହାର ଚର୍ଚ୍ଚା ଏବେ ଯୋରଦାର ଲାଗିରହିଛି। ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ମା’ ଦିଲ୍ଲୀ ପହଁଞ୍ଚିନଥିଲେ। ତେଣୁ ସେ ଏହାର ସିଧା ପ୍ରସାରଣ ଅମ୍ମଦାବାଦରେ ଥିବା ତାଙ୍କ ନିଜ ଘରେ ଟିଭିରେ ଦେଖିଥିଲେ। ଏହି ଫଟୋ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କୁ ତିଳକ ଲଗାଉଥିବାର ତାଙ୍କ ମା’ଙ୍କର ଏକ ଫଟୋର ଦେଖିବାକୁ ମିଳିଛି। ଯେଉଁଥିରେ ରାଜତିଳକର କ୍ୟାପସନ୍ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଟ୍ବିଟରରେ ଗୁରୁବାର ହ୍ୟାସଟ୍ୟାଗ୍ ସହିତ ମୋଦି ସରକାର୨ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର