ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୋନୁ ନିଗମ୍; କହିଲେ, ଯିବାର ଥିଲେ ଆସନ୍ତୁ ନାହିଁ

Published By : Anindita | December 10, 2024 12:16 PM


ନୂଆଦିଲ୍ଲୀ,୧୦/୧୨:ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜଣାଶୁଣା ଗାୟକ ସୋନୁ ନିଗମ୍ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବର୍ଷିଛନ୍ତି ସୋନୁ ନିଗମ୍। ଯାହା ସୋସିଆଲ ମିଡିଆେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ସୋନୁ ନିଗମ୍ ଫରଫର୍ମ କରୁଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ନେତା କାର୍ଯ୍ୟକ୍ରମ ମଝିରୁ ଉଠିକି ପଳାଇବା ଘଟଣାକୁ ସେ ଭଡ଼କିଥିବା ଜଣାପଡିଛି। 

ସୂଚନା ମୁତାବକ, ରାଜସ୍ଥାନରେ ଅନୁଷ୍ଠିତ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀ ୨୦୨୪ର ପ୍ରଥମ ଦିନରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ଏବଂ ବହୁ ରାଜନେତା ଅଂଶଗ୍ରହଣ କରିଥିଲେ। ଆଉ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବାକୁ ବଲିଉଡ ଗାୟକ ସୋନୁ ନିଗମ ମଧ୍ୟ ପହଞ୍ଚିଥିଲେ । ଏହି ସମୟରେ ଗାୟକ ତାଙ୍କ ଗୀତ ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ମନୋରଞ୍ଜନ କରିଥିଲେ। ହେଲେ ଏହି ସମୟରେ ମୁଖ୍ୟମନ୍ତ୍ରୀ ମଝିରୁ ଉଠି ପଳେଇବା ଘଟଣକୁ ନେଇ ଅସନ୍ତୋଷ ବ୍ଯକ୍ତ କରିଛିନ୍ତି ଗାୟତ । ସେ ଭିଡିଓରେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ସେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ଉଠି ସେଠାରୁ ଚାଲିଯାଇଥିଲେ। ଯାହା ମୋତେ ବେଶ ଖରାପ ଲଗିଥିଲା । ତେଣୁ ମୁଁ ସମସ୍ତ ନେତାଙ୍କୁ ଏହା ନକରିବାକୁ ଅନୁରୋଧ କରୁଛି। ମୁଁ କେବେବି କୌଣସି ମୁଖ୍ୟ ଅତିଥିଙ୍କୁ ଶୋ ମଝିରୁ ଉଠି ଯିବାର ଦେଖି ନାହିଁ। ଯଦି  ଆପଣଙ୍କୁ ଏମିତି ଶୋ ମଝିରୁ ଯିବାକୁ ଅଛି ତେବେ ଦୟକାରି ଆସନ୍ତୁନାହିଁ। ପ୍ରକାଶ ଥାଉକି,  ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀ ୨୦୨୪ ର ପ୍ରଥମ ଦିନ ବହୁତ ଜବରଦସ୍ତ ଥିଲା। ଏହି କାର୍ଯ୍ୟକ୍ରମ ରାଜସ୍ଥାନର ବୀରତ୍ୱର କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟରୁ ଆରମ୍ଭ ହୋଇଥିଲା। ସେହିପରି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଶ ତଥା ବିଦେଶର ବହୁ ଅତିଥି ଆସିଥିଲେ। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.