ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ରାଷ୍ଟ୍ରପତି ଭବନରେ ପରିବେଷଣ କଲେ ସୋନୁ ନିଗମ, ଫଟୋ ସେୟାର

Published By : Anindita | February 4, 2025 9:12 AM

ମୁମ୍ବାଇ,୦୪/୦୨: ଦିନକ ପୂର୍ବରୁ ପୁଣେରେ ଲାଇଭ୍ କନସର୍ଟ ସମୟରେ ବିଗିଡିଥିଲା ସୋନୁ ନିଗମଙ୍କ ସ୍ୱାସ୍ଥ୍ୟ । ଯେଉଁଥିରେ ସେ ହଠାତ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏନେଇ ସୋନୁ ନିଗମ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ତେବେ  ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ଦିନକ ପରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଭବନ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ନୂତନ ଭାବରେ ଉଦ୍ଘାଟିତ ଓପନ୍ ଏୟାର ଥିଏଟରରେ ସେ ସଙ୍ଗୀତ ପରିବେଷଣ କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନର  ସୋସିଆଲ ମିଡି଼ଆ ଆକାଉଣ୍ଟରୁ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ସେୟାର ହୋଇଛି।

ତେବେ ସୋନୁ ନିଗମ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଇଲେ ,  ଯେଉଁଥିରେ ସେ ଯନ୍ତ୍ରଣାରେ ଥିବାର ଦେଖିବାକୁ ମିଳିଛି । ଏହା ପରେ ସେ ବିଛଣାରେ ଶୋଇ କହିଛନ୍ତି, 'ଏହା ମୋ ଜୀବନର ଏକ ବହୁତ କଷ୍ଟକର ଦିନ ଥିଲା, ଶୋ' କରିବା ସମୟରେ ମୁଁ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲି । ତଥାପି, ମୁଁ କୌଣସି ପ୍ରକାରେ ଏହାକୁ ସମ୍ଭାଳିଲି ଏବଂ ମୋ କନସର୍ଟ ଶେଷ କରିଲି ।  ଏଥିସହ ସୋନୁ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମା ସରସ୍ୱତୀଙ୍କ ଆଶୀର୍ବାଦ ମୋ ସହ ଥିଲା, ଯାହା ଯୋଗୁଁ ମୁଁ ଏସବୁ କରିପାରିଲି ।' ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ପୋଷ୍ଟର ମନ୍ତବ୍ୟ ଦେଇ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଜଣେ ଲେଖିଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ସୋନୁ ଜୀ, ତୁମେ ଆମ ସମସ୍ତଙ୍କ ପାଇଁ ପ୍ରେରଣା । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.