ସାଉଥ ଫିଲ୍ମରେ କାହିଁକି କାମ କରନ୍ତି ସୋନୁ ସୁଦ, ଜାଣନ୍ତୁ କ’ଣ କହିଲେ …

ନୂଆଦିଲ୍ଲୀ, ୨୮/୫: ସୋନୁ ସୁଦ ବଲିଉଡ଼ ହେଉ କି ତାମିଲ ବା ତେଲଗୁ ସବୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା । ନିଜର ଅଭିନୟ ଲାଗି ଯେତିକି ଚର୍ଚ୍ଚାରେ ତା’ଠାରୁ ଅଧିକ ଲୋକମାନଙ୍କ ସୁଖଦୁଃଖରେ ଠିଆ ହେବାକୁ ନେଇ । କରୋନା ସମୟରେ ତାଙ୍କୁ ବହୁତ ଲୋକ ଭଗବନାଙ୍କ ଭଳି ପୂଜା କରୁଥିବା ନଜର ଆସିଥିଲା ।
ସେ ନିଜର ଫିଲ୍ମ ଜୀବନ ୧୯୯୯ରେ କାଲାଜହର ଏବଂ ନେନଜିନିଲେ ଭଳି ତାମିଲ ଫିଲ୍ମରୁ ଆରମ୍ଭ କରିଥିଲେ । ସାଉଥ ସିନେମାରେ ବହୁ ସମୟ ବିତାଇବା ପରେ ହିନ୍ଦୀ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ଶହୀଦ ଏ ଆଜମରୁ ବଲିଉଡ଼ରେ ପାଦ ଥାପିଥିଲେ । ସୋନୁ ସୁଦ ସାଉଥ ଫିଲ୍ମରେ ବହୁତ ଆକ୍ଟିଭ । ଏବେ ସୋନୁ ସାଉଥ ଫିଲ୍ମକୁ ନେଇ ଏପରି ବୟାନ ଦେଇଛନ୍ତି କି ଯାହାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି ।
ନିକଟରେ ଏକ ସାକ୍ଷାତକାର ସମୟରେ ସାଉଥ ଫିଲ୍ମରେ କାମ କରିବାର କାରଣ ବିଷୟରେ ସେ କହିଛନ୍ତି । ସେ କହିଛନ୍ତି କି ମୁଁ ସ୍କ୍ରିପ୍ଟକୁ ନେଇ ଆରମ୍ଭରୁ ନିଜ ମନ ପସନ୍ଦର ଚୟନ କରିଥାଏ । ତାମିଲ, ତେଲଗୁ କିମ୍ବା ହିନ୍ଦୀ ଫିଲ୍ମ ହେଉ । ସାଉଥ ଫିଲ୍ମ ମୋତେ ଖରାପ ହିନ୍ଦୀ ଫିଲ୍ମରୁ ବଞ୍ଚାଇଥାଏ । ନ ହେଲେ ଏକ ସମୟ ଆସିବ ଯେତେବେଳେ ଆପଣଙ୍କୁ ଲାଗିଥାଏ କି ଆପଣ କୌଣସି ବଡ଼ ଫିଲ୍ମରେ କେବଳ ଦେଖାଯିବାକୁ କାମ କରୁଛନ୍ତି । ସାଉଥ ଫିଲ୍ମ ମୋତେ ଏପରି କରିବାରୁ ଦୂରରେ ରହିବାକୁ ସାହାଯ୍ୟ କରୁଛି ।
ସୋନୁ ସୁଦ ନିକଟରେ ତେଲଗୁ ଫିଲ୍ମ ‘ଆଚାର୍ଯ୍ୟ’ରେ ନଜର ଆସିଥିଲେ । ଯେଉଁଥିରେ ସେ ଚିରଞ୍ଜୀବୀ ଏବଂ ତାଙ୍କ ପୁଅ ରାମ ଚରଣଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ସୋନୁ ସୁଦଙ୍କ ନେଗେଟିଭ ରୋଲକୁ ବହୁ ଲୋକ ପସନ୍ଦ କରିଛନ୍ତି ।