ସୋରଡା ୦୯/୦୧ : ସୋରଡ଼ାରେ ଆଜି ଭାଜପା (ବିଜେପି)ର ମିଶ୍ରଣ ପର୍ବ ସ୍ଥାନୀୟ ପାର୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି I ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମହାମିଶ୍ରଣ ପର୍ବରେ ସୋରଡ଼ା ବ୍ଲକର ୯ ଜଣ ସମିତି ସଭ୍ୟ, ୧୧ ଜଣ ସରପଞ୍ଚ, ୨ ଜିଲ୍ଲା ପରିଷଦ ସଭ୍ୟ, ୫୮ ଟି ବିଭିର୍ଣ୍ଣ ପଞ୍ଚାୟତର ୱାର୍ଡ ମେମ୍ବର, ୮ ଜଣ ନାଏବ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ନିଜ ନିଜ ସମର୍ଥକଙ୍କ ସହ ଆସି ଭାଜପାରେ ଯୋଗ ଦେଇଛନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି I ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ସାଂସଦ ପ୍ରତିନିଧି ବସନ୍ତ ବିଷୋୟୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରିବା ସହ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ l ଦେଶରେ ନରେନ୍ଦ୍ର ମୋଦି, ଓଡିଶାରେ ମୋହନ ମାଝୀଙ୍କ ହାତ ମୁଠାକୁ ଟାଣ କରି ବିକଶିତ ଅଞ୍ଚଳ ଭାବେ ଗଢି ତୋଳିବା ପ୍ରୟାସକୁ ସାମୂହିକ ଭାବେ ସହଯୋଗ କାମନା କରାଯାଇଥିଲା I ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, କାଉନସିଲର ରଜନୀକାନ୍ତ ମହାପାତ୍ର, ବିଜୟ ରାମପାତ୍ର, ସୀଙ୍କୁ ପାତ୍ର, ଭି ଜଗଦୀଶ ରାଜୁ, ଘୁମୁସର ଜିଲ୍ଲା ଉପ ସଭାପତି ରାଧା ମୋହନ ସ୍ୱାଇଁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ I