PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପୋକଲିନ ଓଲଟି ୨ ଗୁରୁତର, ଚାପି ହୋଇ ରହିଛି ହେଲପର୍, ଉଦ୍ଧାର କାର୍ଯ୍ୟ ଜାରି

ସୋର, ୩୧/୦୩ : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନର ୭୯ ନମ୍ବର ଖାଦାନରେ ଆଜି ସକାଳେ ପୋକଲିନ ଓଲଟି ପଡିବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ମେସିନରେ ଚାପି ହୋଇ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁଯାୟୀ, ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନର ୭୯ ନମ୍ବର ଖାଦାନରେ ଏକ ପୋକଲିନ କାର୍ଯ୍ୟ କରୁଥିବା ବେଳେ ଓଲଟି ପଡିଥିଲା। ଫଳରେ ବିହାର ଅଞ୍ଚଳର ଡ୍ରାଇଭର ରାଜନ ସିଂ (୨୮ ବର୍ଷ) ଏବଂ ଧାମରା ଅଞ୍ଚଳର ହେଲପର କାର୍ତ୍ତିକ ବେହେରା ( ୨୫ ବର୍ଷ) ମେସିନ ମଧ୍ୟରେ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ରାଜନକୁ ଉଦ୍ଧାର କରି ଖାଦାନ ସଙ୍ଘ ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। କାର୍ତିକ ମେସିନ ମଧ୍ୟରେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଏବଂ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।