PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦେଢ ମାସ ପୂର୍ବେ ଘରେ ପଶି କରିଥିଲେ ହତ୍ୟା, ଏବେ ପୁଣି ମୃତକଙ୍କ ଘର ତାଲା ଭାଙ୍ଗି ଲୁଟ୍‌ପାଟ୍ କଲେ ଦୁର୍ବୃତ୍ତ… ଅପରାଧୀଙ୍କ ଟେର୍ ପାଉନି ପୋଲିସ

ସୋର, ୨୨/୦୫ : ଦେଢ ମାସ ପୂର୍ବେ ଘରେ ପଶି କରିଥିଲେ ହତ୍ୟା। ଏବେ ପୁଣି ମୃତକଙ୍କ ଘର ତାଲା ଭାଙ୍ଗି ଲୁଟ୍‌ପାଟ୍ କଲେ ଦୁର୍ବୃତ୍ତ। ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମରେ ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ସର୍ବସାଧାରଣରେ ଦାବି ହୋଇଛି।

ସୂଚନାନୁଯାୟୀ, ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମର ଅବସରପ୍ରାପ୍ତ ସଂସ୍କୃତ ପ୍ରଧାନ ପଣ୍ଡିତେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କ ପରିବାର ଉପରେ ଦେଢ ମାସ ପୂର୍ବେ ମରଣାନ୍ତକ ଆକ୍ରମଣ ହୋଇଥିଲା। କେହି ଦୁର୍ବୃତ୍ତ ଘରେ ପଶି ଆନନ୍ଦଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ପରିବାର ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଆନନ୍ଦଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୁରୁତର ହୋଇଥିଲେ। ତେବେ ଏହି ଘଟଣାକୁ ଦେଢ ମାସ ପୂରିଥିବା ବେଳେ ହତ୍ୟାକାରୀମାନଙ୍କ ଟେର୍ ପାଇନି ପୋଲିସ। ସେପଟେ ପୁଣି ଥରେ ମୃତକଙ୍କ ଘରେ ପଶି ଲୁଟ୍‌ପାଟ୍ କରିଛନ୍ତି ଦୁର୍ବୃତ୍ତ। ଆନ୍ଦଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଘରର ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଲୁଟ୍‌ପାଟ୍ କରିଛନ୍ତି। ଆଜି ସକାଳେ ମୃତକଙ୍କ ଶଳା ଏଭଳି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ୍ ଶୀଘ୍ର ଅପରାଧୀମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ଉଠିଛି।