PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଏଏଫ୍‌ସି ଏସିଆନ୍‌ କପ୍‌: ସାଉଦି ଆରବକୁ ହରାଇଲା ଜାପାନ

ଆବୁ ଧାବି, ୨୧ ।୧ (ଏଜେନ୍ସି): ଚଳିତ ଏଏଫ୍‌ସି ଏସିଆନ୍‌ କପ୍‌ରେ ସୋମବାର ଖେଳାଯାଇଥିବା ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସାଉଦି ଆରବ ପରାଜିତ ହୋଇଛି । ଜାପାନ ଓ ସାଉଦି ଆରବ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜାପାନ ୧-୦ ଗୋଲ୍‌ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।
ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧରେ ଜାପାନ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଫଳରେ ଦଳକୁ ୨୦ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ମିଳିଥିଲା । ତାକେହିରୋ ତୋମିୟାସୁ ଏହି ଗୋଲଟି ସ୍କୋର କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ସାଉଦି ଆରବ ଗୋଲ୍‌ ପରିଶୋଧ କରିବା ପାଇଁ ବହୁ ପ୍ରୟାସ କରିଥିଲା, ମାତ୍ର ସଫଳ ହୋଇ ପାରି ନଥିଲା । ଏହି ଭାଗରେ ଜାପାନ ୧-୦ରେ ଆଗୁଆ ରହିଥିଲା ।
ଦ୍ୱିତୀୟ ଭାଗ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । କେହି କାହାକୁ ସୁଯୋଗ ଦେଇ ନଥିଲେ । ଶେଷ ପର୍ଯ୍ୟନ୍ତ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ମ୍ୟାଚ୍‌ ବେଶ ରୋମାଞ୍ଚକର ହୋଇଥିଲା । ପୂର୍ବରୁ ୧-୦ରେ ଅଗ୍ରଣୀ ଥିଲା ଜାପାନ ଶେଷରେ ବିଜୟୀ ହୋଇଥିଲା । ପରାଜୟ ସହ ସାଉଦି ଆରବର ଅଭିଯାନ ଶେଷ ହୋଇଛି । ୨୪ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାର୍ଟରରେ ଭିଏତନାମକୁ ଭେଟିବ ଜାପାନ ।

ସମ୍ବନ୍ଧିତ ଖବର