PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ଶାହା, ରୋହିତଙ୍କୁ ନେଇ ଏହା କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪/ ୧୧: ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆ। ନଭେମ୍ବର ୨୭ ତାରିଖରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବ। ଟିମ୍‌ ଇଣ୍ଡିଆ ଡିସେମ୍ବର ୧୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟେଷ୍ଟ ଟିମରେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଭାବେ ସ୍ଥାନ ପାଇଥିବା ଋିଦ୍ଧିମାନ ଶାହା ଟେଷ୍ଟ ମ୍ୟାଚ୍‌ ପାଇଁ ସମୂର୍ଣ୍ଣ ସୁସ୍ଥ ହୋଇଯିବେ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ୟୁଏଇରେ ଖେଳାଯାଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆହତ ହୋଇଥିଲେ ଋିଦ୍ଧିମାନ ଶାହା। ଯାହାଫରେ ସେ ସନରାଇଜର୍ସ ହାଇଦ୍ରବାଦ୍‌ ଟିମ୍‌ ପକ୍ଷରୁ ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳି ପାରିନଥିଲେ। ଏହାପରେ ଶାହା ଟେଷ୍ଟ ମ୍ୟାଚ ଖେଳିବେ ନା ନାଇଁ ସେ ନେଇ ଲାଗି ରହିଥିଲା କଳ୍ପନା ଜଳ୍ପନା। ସୂଚନାଥାଉକି, ଡିସେମ୍ବର ୧୭ ତାରିଖରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟିକିଆ ଟେଷ୍ଟ ମ୍ୟାଚ୍‌ ଖେଳିବ।

ଆହତ ଖେଳାଳିଙ୍କୁ କଭଳିି ହ୍ୟାଣ୍ଡେଲ କରାଯାଏ ତାହା ବିସିସିଆଇକୁ ଜଣା ନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ। ଏବେ ଏହାର ପ୍ରତିକ୍ରିୟା ରଖିଛନ୍ତି ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଦି ଓ୍ବିକ୍‌ ମାଗାଜିନର ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, ବିସିସିଆଇ କିଭଳି କାର୍ଯ୍ୟ କରୁଛି ତାହା ଲୋକମାନେ ଜାଣନ୍ତି ନାହିଁ ବୋଲି ମୁଁ ଭାବେ। ଏଥିସହିତ ଏଭଳି ସମାଲୋଚନାକୁ ଖଣ୍ଡନ କରିଛନ୍ତି ଗାଙ୍ଗୁଲି।

ସେ ଆହୁରି କହିଛନ୍ତି ଯେ, ବିସିସିଆଇର ପ୍ରଶିକ୍ଷକ, ଫିଜିଓ ଓ ଋିଦ୍ଧିମାନ ଶାହା ନିଜେ ଜାଣିଛନ୍ତି ଯେ, ତାଙ୍କର ହାମଷ୍ଟ୍ରିଂ ସମସ୍ୟା ରହିଛି। ତାଙ୍କ ଫିଟ୍‌ ପାଇଁ ପ୍ରଶିକ୍ଷକ, ଡାକ୍ତରୀ ଦଳ ତାଙ୍କ କାର୍ଯ୍ୟ କରୁଛନ୍ତି। ଋିଦ୍ଧି ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି କାରଣ ସେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇଯିବେ। ଏପରିକି ସେ ଦିନିକଆ ଓ ଟି-୨୦ ଦଳର ସଦସ୍ୟ ନାହାନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

ରୋହିତ ଶର୍ମାଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ, ରୋହିତ ବର୍ତ୍ତମାନ ୭୦ ପ୍ରତିଶତ ଫିଟ୍‌ ଅଛନ୍ତି। ସେ ମଧ୍ୟ ଟେଷ୍ଟ ସିରିଜରୁ ଫିଟ୍‌ ହେବେ ବୋଲି ମୋର ବିଶ୍ବାସ ରହିଛି ବୋଲି ଗାଙ୍ଗୁଲି କହିଛନ୍ତି। ସେଥିପାଇଁ ତାଙ୍କୁ ଦିନିକିଆ ଓ ଟି-୨୦ ଦଳରେ ସାମିଲ କରାଯାଇ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧିତ ଖବର