PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବଲିଉଡ୍‌କୁ କମବ୍ୟାକ୍ କରୁଛନ୍ତି ସାଉଥ୍ ଅଭିନେତ୍ରୀ ଜ୍ୟୋତିକା, ଏହି ଅଭିନେତାଙ୍କ ସହ କରିବେ ସ୍କ୍ରିନ୍ ସେୟାର

telugu360

ନୂଆଦିଲ୍ଲୀ ୦୧/୦୨: ସାଉଥର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତିକା ଖୁବ୍ ଶୀଘ୍ର ବଲିଉଡରେ କମବ୍ୟାକ୍ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କର ଆଗାମୀ ବଲିଉଡ ଫିଲ୍ମ ‘ଶ୍ରୀ’ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ଜ୍ୟୋତିକା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।

ଜ୍ୟୋତିକା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରାଜକୁମାର ରାଓ ଏବଂ ଫିଲ୍ମର ଟିମ୍ ନଜର ଆସିଛନ୍ତି। ଫଟୋ ସହିତ ଜ୍ୟୋତିକା ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି। ଫିଲ୍ମ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

ଅଭିନେତ୍ରୀ ଲେଖିଛନ୍ତି, ‘ମୁଁ ଶ୍ରୀର ସୁଟିଂ ଶେଷ କରିଛି। ଭାରି ହୃଦୟ ସହିତ ମୋତେ ଅଲବିଦା କହିବାକୁ ପଡୁଛି। ମୋତେ ଏହି ଅର୍ଥପୂର୍ଣ୍ଣ ସିନେମାର ଏକ ଅଂଶ କରିଥିବାରୁ ତୁଷାର ଏବଂ ନିଧିଙ୍କୁ ଧନ୍ୟବାଦ। ରାଜ, ମୁଁ ତୁମର ବଡ ପ୍ରଶଂସକ। ବଲିଉଡର ଜଣେ ସର୍ବୋତ୍ତମ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିବା ମୋ ପାଇଁ ଗୌରବର ବିଷୟ। ମୁଁ ତୁମଠାରୁ ବହୁତ କିଛି ଶିଖିଛି ଏବଂ ଜଣେ ଅଭିନେତା ଭାବରେ ମୁଁ ଏହି ଟିମ୍ ପାଖରୁ ଯାହା ନେଉଛି ତାହା ହେଉଛି ଅଭିବୃଦ୍ଧି।’

ସମ୍ବନ୍ଧିତ ଖବର