ଭୁବନେଶ୍ୱର ୨୪/୦୫: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ।୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଲା ସେହିଭଳି କର୍ଣ୍ଣାଟକ- ତାମିଲନାଡ଼ୁରେ ବି ମୌସୁମୀ ବାୟୁ ପ୍ରବେଶ କରିଥିବା ଜଣାପଡିଛି। ସେହିଭଳି ଓଡ଼ିଶା ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଏନେଇ ଆଇଏମ୍‌ଡ଼ି ପକ୍ଷରୁ ସୂଚନା ଜାରି କରାଯାଇଛି। 

କେରଳରେ ମୌସୁମୀ ବାୟୁ ଛୁଇଁବା ପରେ କେରଳର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଆରମ୍ଭ ହୋଇଛି। ପାଗ ଅନୁକୂଳ ଥିବାରୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ ବୋଲି ଆଇଏମ୍‌ଡି ଆକଳନ କରିଛି । ରାଜ୍ୟରେ ମଧ୍ୟ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। 


ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ୨୦୧୯ ମସିହାରେ ଜୁନ୍ ୮ ତାରିଖ, ୨୦୧୮ ମସିହାରେ ମେ’ ୨୯ ତାରିଖ, ୨୦୧୭ ମସିହାରେ ମେ’ ୩୦ ତାରିଖ, ୨୦୧୬ ମସିହାରେ ଜୁନ୍ ୮ ତାରିଖ, ୨୦୧୫ ମସିହାରେ ଜୁନ୍ ୫ ତାରିଖ, ୨୦୧୪ ମସିହାରେ ଜୁନ୍ ୬ ତାରିଖ, ୨୦୧୩ ମସିହାରେ ଜୁନ୍ ୧ ତାରିଖ, ୨୦୧୨ ମସିହାରେ ଜୁନ୍ ୫ ତାରିଖ, ୨୦୧୧ ମସିହାରେ ମେ’ ୨୯ ତାରିଖ, ୨୦୧୦ ମସିହାରେ ମେ’ ୩୧ ତାରିଖ, ୨୦୦୯ ମସିହାରେ ମେ’ ୨୩ ତାରିଖ, ୨୦୦୮ ମସିହାରେ ମେ’ ୩୧ ତାରିଖ, ୨୦୦୭ ମସିହାରେ ମେ’ ୨୮ ତାରିଖ, ୨୦୦୬ ମସିହାରେ ମେ’ ୨୬ ତାରିଖ, ୨୦୦୫ ମସିହାରେ ଜୁନ୍ ୫ ତାରିଖ, ୨୦୦୪ ମସିହାରେ ମେ’ ୧୮ ତାରିଖ, ୨୦୦୩ ମସିହାରେ ଜୁନ୍ ୮ ତାରିଖ, ୨୦୦୨ ମସିହାରେ ମେ’ ୨୯ ତାରିଖ, ୨୦୦୧ ମସିହାରେ ମେ’ ୨୩ ତାରିଖ ଏବଂ ୨୦୦୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା ।