PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

କଂଗ୍ରେସରେ ସାମିଲ ସପା, ବସପା ନେତା

ନୂଆଦିଲ୍ଲୀ,୨୩ ।୩(ଏଜେନ୍ସି): ଲୋକସଭା ନିର୍ବାଚନ ତାରିଖ ଘୋଷଣା ଓ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ଦଳଡିଆଁ ରାଜନୀତି ଜୋର୍‌ ଧରିଛି । ଏହିକ୍ରମରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମଧ୍ୟରେ ହୋଇଥିବା ମେଣ୍ଟକୁ ବିରୋଧ କରି ଉଭୟ ଦଳର ୪ ଜଣ ପୂର୍ବତନ ବିଧାୟକ ଓ ସେମାନଙ୍କର ଶତାଧିକ ସମର୍ଥକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ସକ୍ରିୟ ରାଜନୀତିକୁ ଫେରିବା ସହ ଉତ୍ତରପ୍ରଦେଶର ଦାୟିତ୍ୱ ନେବା ପରେ ବିଭିନ୍ନ ଦଳରୁ ନେତାଙ୍କ ସାମିଲ ହେବା ଘଟଣା ଜାରି ରହିଛି । ଉତ୍ତରପ୍ରଦେଶରେ କଂଗ୍ରେସ ଶାଖା ମୁଖ୍ୟ ରାଜବାବରଙ୍କ ନେତୃତ୍ୱରେ ଆଜି ୩ ଜଣ ପୂର୍ବତନ ବସପା ବିଧାୟକ କଂଗ୍ରେସରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଡାକ୍ତର ଧର୍ମପାଲ ସିଂହ, ସୁରଜ ପାଲ ସିଂହ ଓ ଭଗବାନ ସିଂହ କୁଶୱାହ । ବ୍ରଜ କ୍ଷେତ୍ରରେ ଏହି ୩ ନେତାଙ୍କ ପ୍ରଭାବ ଯଥେଷ୍ଟ ରହିଛି । ସେଥିପାଇଁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏହାର ଫାଇଦା ନିଶ୍ଚିତ ମିଳିବ ବୋଲି ଆଶା କରାଯାଉଛି ।

ଧର୍ମପାଲ ସିଂହ ଏତ୍ମାଦପୁରରୁ ବିଧାୟକ ଥିଲେ । ସେହିଭଳି ସୁରଜ ପାଲ ସିଂହ ଫତେପୁର ସିକ୍ରିରୁ ବିଧାୟକ ମଧ୍ୟ ଥିଲେ । ଠାକୁର ସମ୍ପ୍ରଦାୟର ଭୋଟ ତାଙ୍କ ସପକ୍ଷରେ ରହିଛି । ଭଗବାନ ସିଂହ କୁଶୱାହ ଖେରାଗଡ ଆସନରୁ ବିଧାୟକ ରହିଥିଲେ । ୨୦୦୭ ଓ ୨୦୧୨ରେ ସେ ଦୁଇଥର ପାଇଁ ବିଧାୟକ ରହିଥିଲେ । ରାଜବାବର ଫତେପୁର ସିକ୍ରି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘୋଷିତ ହେବା ପରେ ତାଙ୍କ ନେତୃତ୍ୱରେ ଆଗ୍ରାରୁ ଆଉ ଜଣେ ବରିଷ୍ଠ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ନାମ କେଶବ ଦୀକ୍ଷିତ । ସେ ବସପା ଛାଡି କଂଗ୍ରେସରେ ଯୋଗଦେଇଥିବା ଜଣାପଡିଛି ।