ଏସପି-ବିଏସପି ସହିତ ହେବନି କଂଗ୍ରେସର ମେଣ୍ଟ, ମାଗିଲା ଅଧିକ ସିଟ୍

source:zeenews.india.com
ଲକ୍ଷ୍ନୌ ୮/୩: ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତର ପ୍ରଦେଶର ୮୦ ସିଟ୍ ପାଇଁ କଂଗ୍ରେସ ପରେ ଆଜି ସମାଜବାଦୀ ପାର୍ଟି ମଧ୍ଯ ନିଜ ପ୍ରାର୍ଥୀଙ୍କ ତାଲିକା ଜାରି କରିଦେଇଛି । ୟୁପିରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ସହିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ । ଅବଶ୍ଯ ସମାଜବାଦୀ ପାର୍ଟି ଏହା ମଧ୍ଯ କହିଛି ଯେ କଂଗ୍ରେସ ସହିତ ମେଣ୍ଟ କରିବା ପାଇଁ ମନା କରିନି କିନ୍ତୁ ପ୍ରତି ଥର ପରି ଏଥର ମଧ୍ଯ ପାର୍ଟି ଅମେଠି ଓ ରାୟବରେଲି ଆସନରୁ ନିଜ ପ୍ରାର୍ଥୀକୁ ନଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । କିନ୍ତୁ ପ୍ରକୃତ ଘଟଣା ହେଉଛି ଯେ ଏସପି-ବିଏସପି କଂଗ୍ରେସ ସହିତ ମେଣ୍ଟ କରିବନି । ୨ ଦଳ ଏହି ନିଷ୍ପତ୍ତି ନେବାର କାରଣ ହେଉଛି କଂଗ୍ରେସ ୟୁପିରେ ଏସପି-ବିଏସପିଙ୍କୁ ଅଧିକ ସିଟ୍ ମାଗିଥିଲା ।
ଏସପି-ବିଏସପି ସହିତ ଅଜିତ୍ ସିଂହଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ମେଣ୍ଟରେ ସାମିଲ ରହିବ । ୫ ମାର୍ଚ୍ଚରେ ଅଖିଳେଶ ଯାଦବ ଓ ଜୟନ୍ତ ଚୌଧୁରୀ ଘୋଷଣା କରିଥିଲେ ଯେ ୟୁପିରେ ମଥୁରା, ବାହପତ ଓ ମୁଜଫରନଗର ଆସନରୁ ନିର୍ବାଚନ ଲଢିବ । ତେବେ ଅମେଠି ଓ ରାୟବରେଲି ଆସନରୁ ଏସପି-ବିଏସପି-ଆରଏଲଡିର କୌଣସି ପ୍ରାର୍ଥୀ ଲଢିବେନି ।