ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକାଶକୁ ଯାତ୍ରା କରିବା ହେବ ସହଜ; ସ୍ଥାପନ ହେବାକୁ ଯାଉଛି ଦୁନିଆର ପ୍ରଥମ ବ୍ୟବସାୟିକ ସ୍ପେସ ଷ୍ଟେସନ !

Published By : Bijay Swain | December 6, 2024 11:59 AM

Image courtesy: Blue Origin

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସ୍ଏସ୍)ର କାର୍ଯ୍ୟକାଳ ସରିବାକୁ ଯାଉଛି। ୨୦୩୧ ମସିହାରେ ଏହାର କାର୍ଯ୍ୟକାଳ ଶେଷ ହେବ। କାର୍ଯ୍ୟକାଳ ଶେଷ ହେବା ପରେ ସ୍ପେସ୍ ଏକ୍ସ ସହାୟତାରେ ଏହାକୁ ପୃଥିବୀ ପୃଷ୍ଟକୁ ଆଣି ନଷ୍ଟ କରାଯିବ। ଏଥି ନିମନ୍ତେ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସକୁ ନାସା ପକ୍ଷରୁ ୮୪୩ ମିଲିୟନ ଡଲାରର କଣ୍ଟ୍ରାକ୍ଟ ଦିଆ ସରିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆର ଅନ୍ୟତମ ଧନୀ ଜେଫ ବେଜୋସଙ୍କ କମ୍ପାନି ବ୍ଲୁ ଅରିଜିନ ଏହା ଜାଗାରେ ନିଜର ଏକ ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଯାଉଛି। 

ବେଜୋସଙ୍କ ସ୍ପେସ ଷ୍ଟେସନ ଦୁନିଆର ପ୍ରଥମ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ପେସ ଷ୍ଟେସନ ହେବାକୁ ଯାଉଛି। ଯାହା ପୃଥିବିର ନିମ୍ନ କକ୍ଷପଥରେ ନିଜ ଅପରେସନ ଆରମ୍ଭ କରିବାକୁ ଯାଉଛି। ପୃଥିବିର କକ୍ଷପଥରେ ସ୍ପେସ ଷ୍ଟେସନ ସ୍ଥାପନ କରିବା ପାଇଁ ନାସା ଦ୍ବାରା ବ୍ଲୁ ଅରିଜିନ କମ୍ପାନିକୁ ଚୟନ କରାଯିବା ସହ ୧୩୦ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଷ୍ଟେସନର ଦୌର୍ଘ ଓ ପ୍ରସ୍ଥ ୮,୨୦୦ କ୍ୟୁବିକ ଫୁଟ ରହିବ। ମହାକାଶ ଯାତ୍ରୀମାନେ ଏଠାକୁ ଯାଇ ରହିବା ସହ ବିଭିନ୍ନ ପରିକ୍ଷଣ କରିପାରିବେ ବୋଲି ଲକ୍ଷ ରଖାଯାଇଛି।

ବ୍ଲୁ ଅରିଜିନର ଏହି ସ୍ପେସ ଷ୍ଟେସନକୁ ୨୦୨୭ ସୁଦ୍ଧା ଲଞ୍ଚ କରାଯିବ। ଆଇଏସ୍ଏସ୍ର କାର୍ଯ୍ୟକାଳ ସରିବାର ଏକ ବର୍ଷ ପୂର୍ବରୁ ଅର୍ଥାତ ୨୦୩୦ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ ରଖାଯାଇଛି। ପୂରା ପ୍ରକଳ୍ପର ଖର୍ଚ୍ଚ ୧୦୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। 

ସିଏରା ସ୍ପେସ, ଆମାଜନ, ବୋଇଂ ଓ ଅନ୍ୟ କେତେକ କମ୍ପାନି ସହ ମିଶି ବ୍ଲୁ ଅରିଜିନ ଏହି ଷ୍ଟେସନ ନିର୍ମାଣ କରିବ। ବେଜୋସଙ୍କ ଏହି ସ୍ପେସ ଷ୍ଟେସନ ବର୍ତ୍ତମାନ ଥିବା ସ୍ପେସ ଷ୍ଟେସନଠୁ ଅନେକ କ୍ଷେତ୍ରରେ ଭିନ୍ନ ରହିବ। କାରଣ ଏହା କେବଳ ମହାଜାଗତିକ ଅନୁସନ୍ଧାନ ମଧ୍ୟରେ ସୀମିତ ନରହି ଯେଉଁମାନେ ମହାକାଶକୁ ବୁଲିଯିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ମହାକାଶକୁ ପଠାଇବାର ବ୍ୟବସ୍ଥା କରିବ। 

ପ୍ରରମ୍ଭିକ ସ୍ତରରେ କେବଳ ୧୦ ଜଣ ଯାତ୍ରୀ ମହାକାଶକୁ ଯାଇପାରିବା ଭଳି ସ୍ଥାନ ରହିଛି। ପରେ ସମୟ ସହିତ ସ୍ପେସ ଷ୍ଟେସନରେ ଧିରେଧିରେ ଅଧିକ ମଡ୍ୟୁଲ ସ୍ଥାପନ କରାଯିବ। ଯେଉଁଠି ମାଇକ୍ରୋ ଗ୍ରାଭିଟି ଭଳି ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ବିକାଶ କରାଯିବ।

ମହାକାଶ ଗବେଷଣା ସହ ଏହାକୁ ମହାକାଶକୁ ବୁଲିଯିବାକୁ ଚାହୁଁଥିବା ଲୋକ ମାନଙ୍କ ପାଇଁ ମଧ୍ୟ ବ୍ୟବହାର କରାଯିବ। ଏହି ସ୍ପେସ ଷ୍ଟେସନକୁ ଏପରି ଭାବେ ଡିଜାଇନ କରାଯାଇଛି କି ଲୋକମାନେ ଏଠାରେ ଏକ ବିଳାସମୟ ସମୟ କାଟି ପାରିବେ। କେବଳ ତାହା ନୁହେଁ ମହାକାଶକୁ ଭ୍ରମଣ ପାଇଁ ଯାଉଥିବା ଲୋକମାନେ ପୃଥିବୀରେ ପାଉଥିବା ସମସ୍ତ ସୁବିଧା ସୁଯୋଗ ସ୍ପେସ ଷ୍ଟେସନରେ ମଧ୍ୟ ଉପଲବ୍ଧ କରିପାରିବେ। ଯାତ୍ରୀ ମାନଙ୍କୁ ପୃଥିବିର ସୁନ୍ଦରତା ସହ ମହାକାଶକୁ ଠିକ୍ ଭାବେ ଦେଖିବା ପାଇଁ ଏହି ସ୍ପେସ ଷ୍ଟେସନର ଝରକା ଗୁଡିକର ଆକାର ବଡ ରହିବ। ଲୋକମାନଙ୍କୁ ଏହା ଏକ ଆରାମଦାୟକ ଓ ବିଳାସପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ କରିବ ବୋଲି ବ୍ଲୁ ଅରିଜିନ କମ୍ପାନି କହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.