ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ସ୍ପେସ୍‌ଏକ୍ସର ୧୦ମ ଷ୍ଟାର୍‌ସିପ୍‌ ପରୀକ୍ଷଣ ସଫଳ; ଷ୍ଟାରବେସ୍ ସେଣ୍ଟର୍‌ରୁ ରକେଟ୍‌ ଲଞ୍ଚ୍‌

Published By : Anindita Ratha | August 28, 2025 12:08 PM

ନୂଆଦିଲ୍ଲୀ,୨୮/୦୮: ଏଲନ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସର ୧୦ମ ଷ୍ଟାର୍‌ସିପ୍‌ ରକେଟ୍‌ର ପରୀକ୍ଷଣ ସଫଳ। ଏଥିରେ ସଂଲଗ୍ନ ସୁପର୍‌ ହେଭି ବୁଷ୍ଟର୍‌ ମେକ୍ସିକୋ ଗଲ୍‌ଫରେ ନିୟନ୍ତ୍ରିତ ସ୍ଥିତିରେ ଜଳାବତରଣ କରିଛି । ଟେକ୍ସାସର ବୋକା ଚିକା ସ୍ଥିତ ସ୍ପେସ୍‌ଏକ୍ସର ଷ୍ଟାର୍‌ବେସ୍‌ ସେଣ୍ଟର୍‌ରୁ ରକେଟ୍‌ ଲଞ୍ଚ୍‌ ହୋଇଥିଲା।

ଏହି ଉଡ଼ାଣ ଜରିଆରେ ଷ୍ଟାର୍‌ସିପ୍‌ର ଉଭୟ ଅଂଶକୁ ବାରମ୍ବାର ଉପଯୋଗ କରିବା ପାଇଁ କମ୍ପାନିକୁ ସକାରାତ୍ମକ ଫଳ ମିଳିଛି । ରକେଟ୍‌ ଲଞ୍ଚ୍‌ର ତୁରନ୍ତ ପରେ ସୁପର୍‌ ହେଭି ବୁଷ୍ଟର୍‌ ଓ ଷ୍ଟାର୍‌ସିପ୍‌ର ଉପର ଅଂଶ ଅଲଗା ହୋଇଥିଲା । ଏହାପରେ ବୁଷ୍ଟର୍‌ ଆକାଶରେ ଘୂରି ଇଞ୍ଜିନ୍‌ ବର୍ନ କରିବା ସହିତ ଗତି ପଥରେ ନିୟନ୍ତ୍ରିତ ହୋଇଥିଲା  । ତେବେ କମ୍ପାନି ଏହି ପରୀକ୍ଷଣରେ ଭୂ-ପୃଷ୍ଠରେ ଅବତରଣ କିମ୍ବା ଟାୱାର ଦ୍ୱାରା ଧରିବାକୁ ଚେଷ୍ଟା କରିନଥିଲା । ବରଂ ବୁଷ୍ଟର୍‌କୁ ସମୁଦ୍ରରେ ଅବତରଣ କରିଥିଲା। ଏହି ମିଶନ୍‌ର ପୂର୍ବ ଉଡ଼ାଣମାନଙ୍କରେ କମ୍ପାନି ଧୀରେ ଧୀରେ ଷ୍ଟେଜ୍‌ ସେପାରେସନ୍‌, ହିଟ୍‌ ଶିଲ୍‌ଡର ଦୃଢ଼ତା ଓ ଇଞ୍ଜିନ୍‌ର ପ୍ରଦର୍ଶନ ଭଳି ଦିଗରେ ସୁଧାର କରିଥିଲା । ବୁଷ୍ଟର୍‌ ଓ ଷ୍ଟାର୍‌ସିପ୍‌ ଉଭୟକୁ ବାରମ୍ବାର ପ୍ରୟୋଗ କରିବା ସ୍ପେସ୍‌ଏକ୍ସର ଲକ୍ଷ୍ୟ, ଯାହା ଦ୍ୱାରା ଖର୍ଚ୍ଚ ବହୁତ କମିଯିବ । ପରବର୍ତ୍ତୀ ଉଡ଼ାଣରେ ବୁଷ୍ଟର୍‌କୁ ଭୂପୃଷ୍ଠରେ ଟାୱାର୍‌ ଦ୍ୱାରା କାବୁ କରିବାକୁ କରାଯିବ ଚେଷ୍ଟା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.