ନୂଆଦିଲ୍ଲୀ,୨୫/୦୨; ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୫-୨୬ ସିଜନରେ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ବିଜୟ ଖାତା ଖୋଲିପାରି ନାହିଁ । ଅଷ୍ଟ୍ରେଲିଆ ଗସ୍ତରେ ମଙ୍ଗଳବାର ଦଳ ସ୍ପେନକୁ ଭେଟିଥିଲା । ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ପରେ ସୁଟଆଉଟ୍‌ରେ ଦଳ ୪-୩ ଗୋଲରେ ମ୍ୟାଚ ହାତଛଡ଼ା କରିଥିଲା ।

ପୂର୍ବ ମ୍ୟାଚ୍‌ରେ ସ୍ପେନଠୁ ୨-୦ରେ ଏବଂ ଅଷ୍ଟ୍ରେଲିଆଠୁ ୨-୨ (୫-୪) ଗୋଲରେ ପରାଜିତ ହୋଇଥିଲା । ପ୍ରଥମ ଚରଣ ଅପେକ୍ଷା ଦ୍ୱିତୀୟ ଚରଣରେ ଭାରତ ସ୍ପେନକୁ କଡ଼ା ଟକ୍କର ଦେଇଥିଲା । ୧୯ ମିନିଟରେ ମନିନ୍ଦର ସିଂ ଏବଂ ସ୍ପେନ ପକ୍ଷରୁ ୫୯ ମିନିଟରେ ବ୍ରୁନୋ ଫଣ୍ଟ ଗୋଟିଏ ଲେଖାଏଁ ଗୋଲ୍ ଦେଇ ମ୍ୟାଚ ଡ୍ର’ ରଖିଥିଲେ । ଭାରତ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଶେଷ ୨ ମିନିଟରେ ରକ୍ଷଣଭାଗ ଖେଳାଳିଙ୍କ ତ୍ରୁଟି ଯୋଗୁ ସ୍ପେନ ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲେ । ସୁଟଆଉଟ ଅଭିଷେକ ଓ ହାର୍ଦ୍ଦିକ ସିଂ ବିଫଳ ହେବା ଯୋଗୁ ସ୍ପେନ ୪-୩ ଗୋଲରେ ମ୍ୟାଚ୍ ଜିତି ନେଇଥିଲା । ଅଷ୍ଟ୍ରେଲିଆ ଓ ସ୍ପେନ ସହ ମ୍ୟାଚ ଡ୍ର’ ରଖି ଭାରତ ଉଭୟ ମ୍ୟାଚରୁ ମୋଟ୍ ୨ ପଏଣ୍ଟ ପାଇଛି । ଆଜି ଦଳ ଅଷ୍ଟ୍ରେଲିଆ ସହ ଖେଳି ଗସ୍ତ ଶେଷ କରିବ । ପୁଣି ପରବର୍ତ୍ତୀ ମ୍ୟାଚ ଜୁନ ମାସରେ ଖେଳିବ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ ଫାଇଟ୍; ଆଜି ଶ୍ରୀଲଙ୍କା- ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି  

ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ପାଇଁ ବିଜୟ ସ୍ୱପ୍ନ ହୋଇଛି । ହୋବାର୍ଟରେ ଖେଳାଯାଇଥିବା ମ୍ୟାଚରେ ସ୍ପେନଠୁ ପରାସ୍ତ ହୋଇଛି । ଏହି ମ୍ୟାଚ ଖେଳି ହର୍ମନପ୍ରୀତ ସିଂହ ଅନ୍ତର୍ଜାତୀୟ ହକିରେ ୧୫୦ ତମ ମ୍ୟାଚ ମାଇଲଖୁଣ୍ଟ ଛୁଇଁଛନ୍ତି । ଚଳିତ ପ୍ରୋ ଲିଗରେ ଭାରତ ୭ଟି ମ୍ୟାଚରୁ ୫ଟି ପରାଜୟ ଓ ୨ଟି ସୁଟଆଉଟ ପରଜାୟ ସହ ୯ ପଏଣ୍ଟ ପାଇଁ ୯ ଦଳୀୟ ଟେବଲୁ ତାଲିକାର ୮ମ ସ୍ଥାନରେ ଅଛି ।