ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ପେନ୍‌ରେ ବନ୍ୟା ବିଭୀଷିକା; ୯୫ ମୃତ, ଏକାଧିକ ନିଖୋଜ

Published By : Swapna Ray | October 31, 2024 4:03 PM

ସ୍ପେନ୍‌, ୩୧।୧୦: ସ୍ପେନ୍‌ରେ ପ୍ରଳୟଙ୍କାରୀ ବନ୍ୟା । ବନ୍ୟା ବିଭୀଷିକାରେ ଗଲାଣି ୯୫ ଜୀବନ । ଏକାଧିକ ନିଖୋଜ ଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆହୁରି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପାଣି ଘେରରେ ଗାଁଠୁ ସହର । ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ଏକାଧିକ କାର୍ । ରେଳ ଧାରଣା, ବିମାନବନ୍ଦର ପାଣିରେ ବୁଡ଼ି ରହିଛି । 

ସ୍ପେନରେ ପ୍ରବଳ ବର୍ଷା ଯୋଗୁଁ ଆସିଛି ପ୍ରଳୟଙ୍କାରୀ ବନ୍ୟା । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ୯୫ ଜଣଙ୍କ ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଯୋଗୁଁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମଙ୍ଗଳବାର ସ୍ପେନରେ ମୂଷଳଧାରାରେ ବର୍ଷା ହୋଇଥିବା ବେଳେ ବୁଧବାର ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା । ବହୁ ସ୍ଥାନରେ ଅତଡ଼ା ଖସି ଯାଇଛି । ଏଯାଏ ବହୁ ଲୋକ ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । 

ସ୍ପେନରେ ଏକ ଭୟଙ୍କର ତୁଫାନ୍ ହେବା ନେଇ ସେଠାକାର ପାଣିପାଗ ବିଭାଗ ଆକଳନ କରିଛି । ଏହି ବନ୍ୟାକୁ ଚଳିତ ବର୍ଷରେ ୟୁରୋପର ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି ଭୀଷଣ ବନ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ବେଳେ ଏଥିରେ ସେନାକୁ ନିୟୋଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନିଖୋଜଙ୍କୁ ଖୋଜିବା କାର୍ଯ୍ୟ ମଧ୍ୟ ଜାରି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.