PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ନା’ ପ୍ରଧାନମନ୍ତ୍ରୀ, ନା’ ରାଷ୍ଟ୍ରପତି: ନୂତନ ସଂସଦ ଭବନର ଉଦଘାଟନୀ ପାଇଁ ଏହି ବ୍ୟକ୍ତି ବିଶେଷଙ୍କ ନାମକୁ ସାମ୍ନାକୁ ଆଣିଲେ AIMIM ମୁଖ୍ୟ…

ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ କଂଗ୍ରେସ ସମେତ ୧୯ ଟି ବିରୋଧୀ ଦଳ ବହିଷ୍କାର କରିଛନ୍ତି । ଆଉ ଏବେ ଏହି ତାଲିକାରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି ।  ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନ ଉପରେ ପ୍ରଶ୍ନ କରିଛନ୍ତି । ଅନ୍ୟ ବିରୋଧୀ ଦଳମାନଙ୍କଠାରୁ ଏକ ଭିନ୍ନ ବିବୃତ୍ତି ଦେଇଛନ୍ତି ସେ ଏବଂ ଏହାକୁ ଉଦଘାଟନ କରିବାକୁ ବାଚସ୍ପତି ଓମ ବିର୍ଲାଙ୍କୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଉଦଘାଟନ କରିବା ଉଚିତ୍ ନୁହେଁ । ଏହା ନିୟମର ସିଧାସଳଖ ଉଲ୍ଲଂଘନ ।

ଓଓ୍ବାଇସି କହିଛନ୍ତି, ଆମ ଦଳର ଆପତ୍ତି ହେଉଛି ଯେ, ଲୋକସଭାରେ କ୍ଷମତାର ପୃଥକତା ଥିଓରୀ ହେଉଛି ଭାରତର ସମ୍ବିଧାନର ଏକ ଅଂଶ । ଯଦି ପ୍ରଧାନମନ୍ତ୍ରୀ ନୂତନ ସଂସଦର ଉଦଘାଟନ କରନ୍ତି, ତେବେ ଏହା ସମ୍ବିଧାନର ଉଲ୍ଲଂଘନ ହେବ । ଏହା ସହିତ ଓୱାଇସି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ମଧ୍ୟ ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ୍ ନୁହେଁ । ଯଦି ଲୋକସଭା ବାଚସ୍ପତି ଓମ ବିର୍ଲା ନୂତନ ସଂସଦର ଉଦଘାଟନ କରନ୍ତି, ତେବେ ତାଙ୍କ ଦଳ ଏହି ଉତ୍ସବରେ ଭାଗ ନେବେ । ଯଦି ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ତେବେ ତାଙ୍କ ଦଳ ଏହାକୁ ବିରୋଧ କରିବେ ।

ତେବେ ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ସେମାନଙ୍କର ବୈଠକ ଉପରେ ପୁନର୍ବିଚାର କରିବାକୁ ସରକାର ୧୯ ବିରୋଧୀ ଦଳକୁ ନିବେଦନ କରିଛନ୍ତି। ବିରୋଧୀ ଦଳର ପଦକ୍ଷେପକୁ ସରକାର ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ ଉଦ୍ଘାଟନୀ ସମାରୋହରେ ଯୋଗଦେବାକୁ କହିଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ‘ବୈଠକ କରିବା ଏବଂ ଏକ ଅଣ-ପ୍ରସଙ୍ଗକୁ ପ୍ରସଙ୍ଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ କାର୍ଯ୍ୟରେ ଯୋଗଦେବାକୁ ମୁଁ ସେମାନଙ୍କୁ ନିବେଦନ କରୁଛି ।