ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାଲିଯାତ୍ରା ପାଇଁ କମିଶନରେଟ ପୋଲିସର ସ୍ବତନ୍ତ୍ର ରୋଡ ମ୍ୟାପ, ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

Published By : Suraj Kumar | November 12, 2024 4:07 PM

କଟକ, ୧୨।୧୧ : ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଛି କମିସନରେଟ ପୋଲିସ। ବାଲିଯାତ୍ରା ପାଇଁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ରୋଡ  ମ୍ୟାପ ପ୍ରସ୍ତୁତ କରାଯାଇଛି। ବାଲିଯାତ୍ରା ଡ୍ୟୁଟି ରେ ରହିବେ ତିନି ଶହରୁ ଊର୍ଦ୍ଧ୍ବ ଅଫିସରଙ୍କ ସହ ମୃତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ। ଏଥିସହ ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ  ୨୭ ଟି ଏଡ୍ ପୋଷ୍ଟ ସହ ପାଞ୍ଚଟି ୱାଚ ଟାୱାର ରହିବ ବୋଲି କହିଛନ୍ତି ଡିସିପି। ଚେନ ଲୁଟେରା ଓ ପକେଟ୍ ମାର ଙ୍କ ପ୍ରତି ନଜର ରଖିବା ପାଇଁ ସାଧା ପୋଷାକରେ ମୁତୟନ ହେବେ ପୋଲିସ ଅଧିକାରୀ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମିନା।

ବାଲିଯାତ୍ରାକୁ ପ୍ରତ୍ୟେକ ଦିନ ଆସିବେ ଲକ୍ଷ୍ ଲକ୍ଷ ଲୋକ । ଏଥି ଶହ ବୁଧବାର ,ଶୁକ୍ରବାର, ରବିବାର ଅଧିକ ଲୋକଙ୍କ ସମାଗମ ହୋଇଥାଏ।  ସେଥି ପାଇଁ ମଧ୍ୟ ପୋଲିସ ବନ୍ଦୋବସ୍ତ କରାଯାଇଛି। ବିଶେଷ କରି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ତିନୋଟି ପାର୍କିଂ ସ୍ଥାନ କରାଯାଇଛି। ମେରିତାଇମ୍ ମ୍ୟୁଜିୟମ , ବୋସ୍ ଇଞ୍ଜିନିଅରିଂ କଲେଜ, ସମ୍ମୁଖ ନଦୀ ପଠା ଓ କୃଷକ ବଜାରରେ କରାଯାଇଛି ଏହି ନୂତନ ପାର୍କିଂ ସ୍ଥାନ। ଭୁବନେଶ୍ୱର ପଟୁ ନେତାଜୀ ସେତୁ ଦେଇ ଆସୁଥିବା ଲୋକେ କୃଷକ ବଜାର ସହ ସେହି ରାସ୍ତାରେ ହୋଇଥିବା ବିଭିନ୍ନ ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ମଧୁ ସେତୁ ଦେଇ ଆଠଗଡ଼, ଢେଙ୍କାନାଳ ପଟୁ ଆସୁଥିବା ଲୋକେ ଭୁଆସୁଣୀ ପଠା ଓ ଅନ୍ୟ ପାର୍କିଂ ସ୍ଥାନରେ ଗାଡ଼ି ରଖିପାରିବେ। ଚୌଦ୍ୱାର ଓ ଯୋବ୍ରା ପଟୁ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ମାରିଟେମ୍ ମ୍ୟୁଜିୟମ୍ ଓ ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ତେବେ କିଭଳି ଜନସାଧାରଣ ଆସି ସୂରୁଖୁରୁରେ ବାଲିଯାତ୍ରା ବୁଲି ଫେରି ପାରିବେ ସେଥି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.