PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସମସ୍ତ ଜିଲ୍ଲା ପ୍ରେକ୍ଷାଳୟରେ ହେବ ଫିଲ୍ମ ଦମନର ହେବ ସ୍ଵତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ଵର, ୨୪/୧୧ : ଫିଲ୍ମ ଦମନର ହେବ ସ୍ଵତନ୍ତ୍ର ସ୍କ୍ରିନିଂ। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ଦର୍ଶକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆର ନିରାକରଣ ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ ରହିଛି । ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହି ଫିଲ୍ମ ପ୍ରଭାବିତ କରୁଛି।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରେକ୍ଷାଳୟରେ ଫିଲ୍ମର ସ୍ଵତନ୍ତ୍ର ସ୍କ୍ରିନିଂ କରାଯିବ। ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅଫିସର ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ସ୍ଵତନ୍ତ୍ର ସ୍କ୍ରିନିଂ ପାଇଁ ପ୍ରତି ସବ୍ ଡିଭିଜନ୍‌ରେ ଗୋଟିଏ ସୋକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସୋ ପାଇଁ ସର୍ବାଧିକ ୪୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।